ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ମିଳିଲା ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ। ରେଜିଷ୍ଟରଡ ଭେହିକିଲ ସ୍କ୍ରାପିଂ ଫ୍ୟାସିଲିଟି ପଲିକିକୁ ରାଜ୍ୟ ସରକାର ଅନୁଦୋନ କରିଛନ୍ତି। ଯାନବାହନ ଜନିତ ବାୟୁ ପ୍ରଦୂଷଣ ରୋକିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ।

ଯେଉଁ ଗାଡ଼ିଗୁଡ଼ିକ ୧୫ ବର୍ଷରୁ ଅଧିକ ବ୍ୟବହାର କରାଯାଇଥିବ ସେଗୁଡ଼ିକୁ ସ୍କ୍ରାପ କରିବାକୁ ପଡ଼ିବ। ସବୁଠାରୁ ବଡ଼ କଥା ହେଲା ସ୍କ୍ରାପିଂ କରିଥିବା ବ୍ୟକ୍ତିଙ୍କୁ ନୂଆ ଗାଡ଼ି କିଣିବାକୁ ପ୍ରୋତ୍ସାହିତ କରାଯିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହା ସହିତ ରାସ୍ତାରେ ଚାଲୁଥିବା ସମସ୍ତ ଗାଡ଼ିର ବାୟୁ ପ୍ରଦୂଷଣ ଯାଞ୍ଚ କରିବାକୁ ମଧ୍ୟ ପଲିସିରେ ନିୟମ ରହିଛି।

ସ୍କ୍ରାପିଂ ପଲିସି କ’ଣ?

୧୫ ବର୍ଷ ପୁରୁଣା ବାଣିଜ୍ୟିକ ଯାନ ଏବଂ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡ଼ିର ଫିଟନେସ ଟେଷ୍ଟ ହେବ। ଗାଡ଼ି ଯାଞ୍ଚରେ ବିଫଳ ହେଲେ ସେହି ଗାଡ଼ିଗୁଡ଼ିକୁ ଅଚଳ କରାଯିବ। ସ୍କ୍ରାପ ଗାଡ଼ି ମାଲିକଙ୍କୁ ସାର୍ଟିଫିକେଟ୍ ମିଳିବ। ନୂଆ ଗାଡ଼ି କିଣିବା ବେଳେ ସାର୍ଟିଫିକେଟ୍ ଦେଖାଇଲେ ପଞ୍ଜିକରଣ ଫି’ ଛାଡ଼ କରାଯିବ। ନୂଆ ଗାଡ଼ି କିଣିବା ସମୟରେ ୫ ପ୍ରତିଶତ ରିହାତି ପ୍ରଦାନ କରିବାକୁ ଗାଡ଼ି ସୋ’ରୁମ ଗୁଡ଼ିକୁ ଆଡଭାଇଜରି ଜାରି କରାଯିବ। ରୋଡ ଟ୍ୟାକ୍ସରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ। ୨୦୨୧ ମସିହା ଅଗଷ୍ଟ ୧୩ ତାରିଖରେ କେନ୍ଦ୍ର ସରକାର ସ୍କ୍ରାପେଜ ପଲିସି ଆଣିଥିଲେ।

Tags: #Vehicle #Fitness #Crapping #CrappingPolicy #StateCabinet

Comment