ଓଡ଼ିଶାଲାଇଭ୍ ବ୍ୟୁରୋ

କୁଡୁମୀ ଜାତିକୁ ଜନଜାତି ସମ୍ପ୍ରଦାୟର ଅନ୍ତର୍ଭୁକ୍ତ କରିବା ଦାବିରେ କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଆସନ୍ତା ଡିସେମ୍ବର ୧୨ ତାରିଖ ଦିନ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ଦେଇଛନ୍ତି କୁଡୁମୀ ସେନା। ଆଜି ବାରିପଦାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୁଡୁମୀସେନା ଅଧ୍ୟକ୍ଷ ଜୟମୂନି ମହାନ୍ତ ଏହି ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କୁଡୁମୀସେନାର ଅଧ୍ୟକ୍ଷମାନେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଡିସେମ୍ବର ୧୨ ତାରିଖ ଦିନ ଏକ ସଙ୍ଗରେ ଭୁବନେଶ୍ୱର ଓ ନୂଆଦିଲ୍ଲୀଠାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।

Tags: #KudumiSamaj #Protest #Assembly #Odisha #କୁଡୁମୀଜାତି #ବିକ୍ଷୋଭପ୍ରଦର୍ଶନ

Comment