ଓଡ଼ିଶାଲାଇଭ୍ ବ୍ୟୁରୋ

“ଆମେ କଥାରେ ନୁହେଁ କାମରେ ବିଶ୍ଵକସ କରୁ। ପଦ୍ମପୁର ବାସୀଙ୍କ ସବୁ ଦାବି ପୂରଣ ହେବ। ଖୁବଶୀଘ୍ର ଆପଣମାନଙ୍କ ସ୍ଵପ୍ନ ସାକାର ହେବ। ମୁଁ ଆପଣ ସୁଖ ଦୁଃଖରେ ସବୁବେଳେ ସାମିଲ ହୋଇଛି ଏବଂ ଆପଣମାନଙ୍କ ହକ ପାଇଁ ଲଢ଼ିଛି। ଆଗକୁ ମଧ୍ୟ ଆପଣଙ୍କର ସହିତ ରହିବି”, ପଦ୍ମପୁର ଝାରବନ୍ଧ ବ୍ଲକଠାରେ ବିଜେଡି ପକ୍ଷରୁ ଆୟୋଜିତ ସମାବେଶରେ ଯୋଗ ଦେଇ କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କ ଲାଗି ପ୍ରଚାର କରିବାକୁ ଶୁକ୍ରବାର ଦିନ ପଦ୍ମପୁର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କୁ ଭୋଟ ଦେଇ ପଦ୍ମପୁର ମାଟିରେ ବିଜୟୀ କରିବାକୁ ଭୋଟରଙ୍କୁ ଅପିଲ କରୁଛନ୍ତି ବିଜେଡି ସୁପ୍ରିମୋ। ଆଜି ପଦ୍ମପୁରରେ ପହଞ୍ଚିବା ପରେ ପ୍ରଥମେ ଝାରବନ୍ଧ ବ୍ଲକଠାରେ ଆୟୋଜିତ ଦଳିୟ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହୁରି ମଧ୍ୟ କହିଥିଲେ ଯେ, “କେନ୍ଦୁପତ୍ର ତୋଳାଳିମାନଙ୍କ କଲ୍ୟାଣ ଲାଗି ଏବଂ ସେମାନଙ୍କ ହକ୍ ଲାଗି କାମ କରୁଛି। ଚାଷ ଓ ଚାଷୀଙ୍କ ବିକାଶକୁ ସବୁବେଳେ ଗୁରୁତ୍ଵ ଦେଇଆସିଛି। ମହିଳାମାନଙ୍କ ସଶକ୍ତୀରକଣ ଲାଗି ଓଡ଼ିଶା ସରକାର କାମ କରିଆସୁଛନ୍ତି। ମା’ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ। ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ପାଇଁ ମୁଁ କାମ କରୁଛି। ଆମେ କଥାରେ ନୁହେଁ କାମରେ ବିଶ୍ଵାସ କରୁଛି। ଖୁବଶୀଘ୍ର ପଦ୍ମପୁରବାସୀଙ୍କ ସ୍ଵପ୍ନ ସାକାର ହେବ। ଆପଣମାନେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ।”

ଝାରବନ୍ଧ ପରେ ମୁଖ୍ୟମନ୍ତ୍ରୀ ଅନ୍ୟ ଦୁଇଟି ସ୍ଥାନରେ ଯୋଗ ଦେଇ ବର୍ଷାଙ୍କ ଲାଗି ଭୋଟ ଅପିଲ କରିବେ।

Tags: #Politics #OdishaPolitics #PadampurByElection #CMOdisha #NaveenPatnaik #BJD #Campaign #Jharbandh

Comment