ଓଡ଼ିଶାଲାଇଭ୍ ବ୍ୟୁରୋ

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ୨୦୨୨ରେ ବାୟୋଟେକ୍ନୋଲୋଜିର ଏକ ସ୍ଵତନ୍ତ୍ର ପ୍ୟାଭେଲିୟନ କରାଯାଇଛି। ଶନିବାର ଏଠାରେ ବାୟୋଟେକ୍ନୋଲୋଜିର ଏକ ସେସନ ଆୟୋଜିତ ହେବ। ଏହା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ୪ ନମ୍ବର ହଲରେ ଦିନ ୨ଟା ବେଳେ ଆରମ୍ଭ ହେବ। ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରର ଅଗ୍ରଗତି ଏବଂ ଏହି କ୍ଷେତ୍ରରେ ଥିବା ସମ୍ଭାବନା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯିବ।

ଏହି ସେସନରେ ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭାଗୀୟ କମିଶନର ତଥା ସଚିବ ଭାସ୍କରଜ୍ୟୋତି ଶର୍ମା ଯୋଗ ଦେବେ। ପରେ ଏଠାରେ ‘ବାୟୋଫାର୍ମା’ ଉପରେ ଏକ ସ୍ଵତନ୍ତ୍ର ଅଧିବେଶନରେ ହେବ। ଏଥିରେ ହେବାକୁ ଥିବା ଆଲୋଚନା ଚକ୍ରରେ ମ୍ୟାପ୍ ମାଇଁ ଜିନୋମ, ହାଇଦ୍ରାବାଦର ଡାକ୍ତର ଅନୁ ଆଚାର୍ଯ୍ୟ, ହୁୱେଲ୍ ଲାଇଫ୍ ସାଇନ୍ସର ପ୍ରତିଷ୍ଠାତା ଡାକ୍ତର ଶିଶିର କୁମାର, ସାଇଜେନିକାର ପ୍ରତିଷ୍ଠାତା ଡାକ୍ତର ନୁସରତ ସଙ୍ଘମିତ୍ରା ଜାହାଁ, ପାନାସିଆ ବାୟୋଟେକର ଡାଇରେକ୍ଟର ଡାକ୍ତର ଅମୂଲ୍ୟ ପଣ୍ଡା ଯୋଗଦେବେ। ଏହି ସେସନକୁ ଗୋଲ୍ଡେନ ଜୁବଲି ବାୟୋଟେକ ପାର୍କର ସଭାପତି ଡାକ୍ତର ପି.ଏମ ମୂରଲୀ ପରିଚାଳନା କରିବେ।

ଶେଷରେ ଏହି ସେସନରେ କୃଷି ଓ ଶିଳ୍ପ ବିଷୟରେ ଆଉ ଏକ ଆଲୋଚନା ଚକ୍ର ଆୟୋଜିତ ହେବ। ଏହି ଆଲୋଚନାଚକ୍ରରେ ଆସୋସିଏସନ ଅଫ୍ ବାୟୋଲୋଜି ଲେଡ ଏଣ୍ଟରପ୍ରାଇଜ୍ (ଏବିଏଲଇ)ର ଅଧ୍ୟକ୍ଷ ଜି.ଏସ କ୍ରିଷ୍ଣନ୍, ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ ଆସିଷ୍ଟାନ୍ସ କାଉନସିଲ(ବିଆଇଆରଏସି)ର ମୁଖ୍ୟ ଡକ୍ଟର ମନିଷ ଧୱନ, କୋତ୍ତାରମ ଆଗ୍ରୋ ଫୁଡ୍ସ ପ୍ରଡକ୍ସର ପ୍ରତିଷ୍ଠାତା ଡକ୍ଟର କେ କେ ନାରାୟନନ, ଶିଲ୍ପା ବାୟୋଲୋଜିକ୍ସର ଉପାଧ୍ୟକ୍ଷ କୃଷ୍ଣ ପ୍ରସାଦ ପ୍ରମୁଖଯୋଗ ଦେବେ। ଏହି ସେସନକୁ ବିସିକେଆଇସି, ଭୁବନେଶ୍ୱରର ଅଧ୍ୟକ୍ଷ ଡାକ୍ତର ମୃତ୍ୟୁଞ୍ଜୟ ସୁଆର ପରିଚାଳନା କରିବେ।

tags: #MakeInOdishaConclave2022 #thirdday #BiotechnologySession #StartupEcosystem #entrepreneurs #Odisha

Comment