ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରଙ୍ଗ ପାତ୍ର): ମଣ୍ଡେଇ କପ୍ ଫୁଟଲ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଯାଇଛି ନବରଙ୍ଗପୁର ପୌରପାଳିକା ଦଳ। ସ୍ଥାନୀୟ କଲେଜ ପଡ଼ିଆଠାରେ ଅନୁଷ୍ଠିତ ମଣ୍ଡେଇ କପ୍ ଫୁଟବଲ ଟୁର୍ଣ୍ଣମେଣ୍ଟର ସେମି ଫାଇନାଲରେ ନବରଙ୍ଗପୁର ପୌରପାଳିକା ଦଳ ସହ ନବରଙ୍ଗପୁର ବ୍ଲକ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିଲା। ଖେଳର ଅନ୍ତିମ ପର୍ଯ୍ୟାୟରେ ପୌରପାଳିକା ଦଳ ବ୍ଲକ ଦଳକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି।ଫାଇନାଲରେ ରାଇଘର ଦଳକୁ ଭେଟିବ ନବରଙ୍ଗପୁର ପୌରପାଳିକା ଦଳ।

ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ଲାଗି  ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା କ୍ରୀଡ଼ା ସଙ୍ଘର ଉପ ସଭାପତି ଏମ. ବାଲାକ୍ରିଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଆଥଲେଟିକ ସମ୍ପାଦକ ଜ୍ୟୋତି ପରିଛା ପ୍ରମୁଖ ଯୋଗ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ମନୋରଞ୍ଜନ ପ୍ରହରାଜ, ଜେଡ. ହୁସେନ, ଫିରୋଜ ଗାନ୍ଧୀ, ଏସ କେ ସମୀର, ମନୋଜ ପୂଜାରୀ, ସାଧୁ ସୁମୀ ପ୍ରମୁଖ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ।

Tags: #Sports #Tournament #FootballTournament #Nabaranpur

Comment