ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ଶେଷ ହୋଇଛି ୧୦ ରାଉଣ୍ଡ ଭୋଟ ଗଣତି। ବତ୍ତର୍ମନ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଆଗରେ ରହିଛନ୍ତି। ୧୦ ରାଉଣ୍ଡ ସୁଦ୍ଧା ୧୯,୪୨୫ ଖଣ୍ଡ ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି ବର୍ଷାରାଣୀ ସିଂ ବରିହା। ଏବେଠାରୁ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି।

ପ୍ରଥମ ରାଉଣ୍ଡରୁ ଆଗରେ ରହିଥିବା ବିଜେଡି ନିଜର ସ୍ଥିତି ବଜାୟ ରଖିଛି। ଦଶମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୫୪,୧୭୩ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩୪,୭୪୮ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ୧,୯୯୨ ଖଣ୍ଡ ଭୋଟ।

ଆଜି ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ମୋଟ ୩୧୯ଟି ବୁଥ ଲାଗି ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଚାଲିଛି।

Tags: #Politics #OdishaPolitics #PadampurPolitics #PadampurByElection #BJP #BJD #Congress #Result #VoteCounting

Comment