ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ଶୁକ୍ରବାର ଦିନ ଶାଶୂଘରେ ପହଞ୍ଚିଛନ୍ତି ବର୍ଷାରାଣୀ ସିଂ ବରିହା। ବର୍ତ୍ତମାନ ବିଜେପିର ବରିଷ୍ଠ ନେତା ରମା ରଞ୍ଜନ ବଳିଆରସିଂହଙ୍କ ଘରେ ଅଛନ୍ତି ବିଜେଡିର ବିଜୟୀ ପ୍ରାର୍ଥୀ। ଆଜି ଭୁବନେଶ୍ଵର ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। 

ଏହା ପୂର୍ବରୁ ବର୍ଷା ଶାଶୂଘରେ ପହଞ୍ଚି ଶାଶୂ ଏବଂ ଶଶୁରଙ୍କର ଆଶୀର୍ବାଦ ନେଇଛନ୍ତି। ବୋହୂକୁ ପାଖରେ ପାଇ ଭାବବିହ୍ଵଳ ହୋଇପଡ଼ିଥିଲେ ରମା ରଞ୍ଜନ ବଳିଆରସିଂହ। ବର୍ଷାଙ୍କର ରାଜନୀତିରେ ଅଭିଜ୍ଞତା ନଥିଲେ ମଧ୍ୟ ଅନୁଭବ ଅଛି। ଅନେକ ପରିବାରରେ ଭିନ୍ନ ଭିନ୍ନ ଦଳର ନେତା ଏବଂ କର୍ମୀ ଅଛନ୍ତି। ଏହା ନୂଆ କଥା ନୂହେଁ। ଏହା ଆମର ଉଭୟ ବ୍ୟକ୍ତିଗତ ଏବଂ ରାଜନୈତିକ କ୍ୟାରିୟର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ରମା ରଞ୍ଜନ ବଳିଆରସିଂହ।

Tags: #BarsaSinghBariha #BJD #InLawsHouse #PadampurByelection

Comment