ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୭ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଭୁବନେଶ୍ଵର କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଯାଇଥିଲା। ରିମାଣ୍ଡ ସମୟରେ ଅର୍ଚ୍ଚନା ସହଯୋଗ କରିନଥିବା କୋର୍ଟକୁ ଜଣାଇଥିଲା ଇଡି। କୋର୍ଟରେ ହାଜର କରାଯିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଛି।

ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ବଳରେ ଅର୍ଚ୍ଚନା ନାଗଙ୍କୁ ଇଡି ଗିରଫ କରିଛି। ଡିସେମ୍ବର ୬ ତାରିଖରେ ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେଇଥିଲା ଇଡି। ସୋମବାର ଦିନ ତାଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅର୍ଚ୍ଚନାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ଇଡି।

Tags: #ArchanaNaag #MoneyLaundering #BhubaneswarCourt #ED #Arrest #PMLA

Comment