ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏଏସ ସ୍ତରରେ ଶୁକ୍ରବାର ଦିନ ହୋଇଛି ଅଦଳ ବଦଳ। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଉଷା ପାଢ଼ୀଙ୍କୁ ମିଳିଛି ନୂଆ ଦାୟିତ୍ଵ। ୧୯୯୬ ବ୍ୟାଚର ଆଏଏସ ଅଧିକାରୀ ଉଷା ପାଢ଼ୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ଏହା ସହିତ ସେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ଵରେ ରହିବେ।

୨୦୨୦ ମସିହାରେ ଉଷା ପାଢ଼ୀ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ଏହି ସମୟରେ ଉଷା ପାଢ଼ୀଙ୍କୁ କେନ୍ଦ୍ରରେ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ସହିତ ବେସାମରିକ ବିମାନ ଚଳାଚଳ ସୁରକ୍ଷା ପରିଷଦର ମହାନିର୍ଦ୍ଦେଶକ ଦାୟିତ୍ଵ ମିଳିଥିଲା। ପ୍ରଥମ ଓଡ଼ିଆ ଭାବେ ସେ ଏହି ଗୌରବ ଅର୍ଜନ କରିଥିଲେ।

ସେହିପରି ୧୯୯୫ ବ୍ୟାଚର ଆଏଏସ ଅଧିକାରୀ ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ସେ ଇପିକଲର ଚେୟାରମ୍ୟାନ ଭାବେ ଦାୟିତ୍ଵ ତୁଲାଇବେ। ଏହା ସହିତ ୧୯୯୫ ବ୍ୟାଚର ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

Tags: #Odisha #IASReshuffle #UShaPadhee #BishnupadaSethy #HemantSharma

Comment