ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ସନ୍ଦେହ ଜନକ ମୃତ୍ୟୁ। ହତ୍ୟା ମାମଲରେ କଣ୍ଟାବାଞ୍ଜି ଜେଲରେ ସଜା କାଟୁଥିଲେ ଗୋବିନ୍ଦ ସାହୁ। ଜେଲ୍ ଭିତରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଆତ୍ମହତ୍ୟା ଉଦ୍ୟମ ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି କୋର୍ଟରେ ହାଜର ହୋଇ ଥାଆନ୍ତେ ଗୋବିନ୍ଦ, ହେଲେ ତା’ ପୂର୍ବରୁ ତାଙ୍କର ସନ୍ଦେହ ଜନକ ମୃତ୍ୟୁ  ହୋଇଛି। ତେବେ କିଭଳି ଜେଲ୍‌ ଭିତରେ ସେ ଏପରି କରିଛନ୍ତି, ତାହା ଅସ୍ପଷ୍ଟ ରହିଛି ।

୨୦୨୧ ମସିହା ଅକ୍ଟୋବର ୮ ତାରିଖରେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗା ସନସାଇନ୍ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ନେଇ ତାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ। ପୋଲିସ୍ ମମିତା ମେହେରଙ୍କୁ ଖୋଜିବାକୁ ତଦନ୍ତ ଆରମ୍ଭ କରିଥିଲା। ପରେ ସ୍କୁଲ ପଡ଼ିଆରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରି ନିଆଁ ଲଗାଇ ପୋତି ଦିଆଯାଇଥିବା ଖବର ପାଇ ପୋଲିସ୍ ମୃତଦେହ ଜବତ କରିଥିଲା।

ତେବେ ଏହି ଘଟଣାରେ ଗୋବିନ୍ଦ ସାହୁଙ୍କ ନାଁ ସାମ୍ନାକୁ ଆସିବାପରେ ତାଙ୍କୁ ନେଇ ପୋଲିସ ଜେରା କରିଥିଲା ଏହାପରେ ପୂରା କାହାଣୀ ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିବା ସହ ରାଜନୈତିକ ହଟଚମଟ ମଧ୍ୟ ଦେଖାଦେଇଥିଲା।

ଏହି ଘଟଣାରେ ଗୋବିନ୍ଦ ସାହୁଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ଜୁଲାଇ ମାସରେ ପାରୋଲରେ ବାହାରିଥିଲେ। ଗତ ଜୁନ୍ ୨୯ତାରିଖ ଦିନ ହାଇକୋର୍ଟ ତାକୁ ୧୪ ଦିନିଆ ଅନ୍ତରୀଣ ଜାମିନ ଦେଇଥିଲେ। ମଝିରେ ଗୋବିନ୍ଦ ସାହୁ କିଛି ଦିନ ପାଇଁ ଜାମିନ ପାଇଥିଲେ କିନ୍ତୁ ପରେ ପୁଣିଥରେ ଜେଲକୁ ଯାଇ ସଜା କଟୁଥିଲେ।

Tags: #GovindaSahoo #Suicide #KantabanjhiJail #MamitaMeherMurderCase #Balangir #Odisha

LEAVE A REPLY

Please enter your comment!
Please enter your name here