ଓଡ଼ିଶାଲାଇଭ୍ ବ୍ୟୁରୋ

 

ଭୁବନେଶ୍ୱର ଶିଶୁଭବନ ଛକରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ଵାଳଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁକ୍ତିକାନ୍ତଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପ୍ରାୟ ୪ ଘଣ୍ଟାର କଠିନ ଉଦ୍ୟମ ପରେ ଅପରାହ୍ନରେ ଉଦ୍ଧାର କରିଛନ୍ତି। ହୋର୍ଡିଂ ଉପରୁ ଉଦ୍ଧାର ହେଲା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ରାଜଧାନୀ ଚିକିତ୍ସାଳୟ ପଠାଯାଇଛି।

ମୁକ୍ତିକାନ୍ତ ରାଉରକେଲାରୁ ଚାଲିଚାଲି ଆସି ଭୁବନେଶ୍ୱରରେ ସପ୍ତହେ ତଳେ ପହଁଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବାକୁ ସେ ବହୁତଥର ପ୍ରୟାସ କରିଥିଲେ, ହେଲେ ଶେଷରେ ବିଫଳ ହୋଇଥିଲେ। ଏହାର ପ୍ରତିବାଦରେ ମୁକ୍ତିକାନ୍ତ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଭୁବନେଶ୍ୱରର ଭିଆଇପି ଅଞ୍ଚଳ କୁହାଯାଉଥିବା ଶିଶୁଭବନ ଛକରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଯାଇଥିଲେ ହାତରେ ଡିଜେଲ ଥିବା ବୋତଲ ଧରି ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀକୁ କଡ଼ା ଉଦ୍ୟମ କରିବାକୁ ପଡିଥିଲା। ଶେଷରେ କ୍ରେନ ଯୋଗେ ଅଗ୍ନିଶମ କର୍ମଚାରୀମନେ ପ୍ରାୟ ୪ ଘଣ୍ଟାର ଉଦ୍ୟମ ପରେ ତାଙ୍କୁ ତଳକୁ ଆଣିଥିଲେ।

 

ମୁକ୍ତିକାନ୍ତ ନଭେମ୍ବର ୧୬ ତାରିଖରୁ ରାଉରକେଲାରୁ ପଦଯାତ୍ରାରେ ବାହାରି ୨୮ଦିନ ପରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କୁ ଦେଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ପ୍ରତିଶ୍ରୁତିକୁ ମାନେପକେଇଦେବା ପାଇଁ ସେ ସାଙ୍ଗରେ ଦୁଇଟି ମଡେଲକୁ କାନ୍ଧରେ ବୋହି ଆଣିଥିଲେ।

Tags: #MuktikantBiswal #Protest #CMOdisha #Projects #Rourkela #rescued #fireman

Comment