ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଶିଶୁଭବନ ଛକରେ ଦେଖିବାକୁ ମିଳିଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ସୁଯୋଗ ନମିଳିବାରୁ ମୁକ୍ତିକାନ୍ତ ବିଶ୍ୱାଳ ନାମକ ଜଣେ ଯୁବକ ଏବେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଉଛନ୍ତି। ଚାଲି ଚାଲି ସେ ରାଉରକେଲାରୁ ଭୁବନେଶ୍ଵର ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବି ସମ୍ପର୍କରେ ଜଣାଇବା ଲାଗି। ଦେଖା ହେବାର ସୁଯୋଗ ନଳିବାରୁ ଶିଶୁଭବନ ଛକରେ ଲାଗିଥିବା ଏକ ହୋର୍ଡିଂ ଉପରକୁ ଚଢ଼ି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ମୁକ୍ତିକାନ୍ତ।

ମୁକ୍ତିକାନ୍ତଙ୍କ ହାତରେ ଏକ ପେଟ୍ରୋଲ କିମ୍ବା ଡିଜେଲ ଭର୍ତ୍ତି ବୋତଲ ରହିଛି। ତାଙ୍କୁ ବାରମ୍ବାର ତଳକୁ ଓହ୍ଲେଇ ଆସିବାକୁ ଅଗ୍ନିଶମ ବିଭାଗ କର୍ମଚାରୀ ଅନୁରୋଧ କରୁଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାନ୍ତି। କିଛି ସମୟ ପୂର୍ବରୁ ମୁକ୍ତିକାନ୍ତ ନିଜ ଦେହରେ ପେଟ୍ରୋଲ ଢାଳିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଲେ ତଳକୁ ଓହ୍ଲାଇବେ ବୋଲି ଅଡ଼ି ବସିଛନ୍ତି ମୁକ୍ତିକାନ୍ତ।

ମୁକ୍ତିକାନ୍ତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ରାଉରକେଲାରୁ ଚାଲି ଚାଲି ଆସିଥିବା କୁହାଯାଉଛି। ୭ ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାକୁ ଅପେକ୍ଷା କରିଥିଲେ ମୁକ୍ତିକାନ୍ତ। ଏପଟେ ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ତଳକୁ ଆସିବାକୁ ଡାକୁଥିଲେ ମଧ୍ୟ ତାଙ୍କୁ ତଳକୁ ଆଣିବାକୁ ଚେଷ୍ଟା କଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ୍ ଦେଇଛନ୍ତି।

Tags: #MuktikantBiswal #CMOdisha #Projects #Protest

Comment