ଓଡ଼ିଶାଲାଇଭ୍ ବ୍ୟୁରୋ

ମୃତ୍ୟୁ ପରେ ମର ଶରୀରକୁ ଗବେଷଣା ଲାଗି ଦାନ କରି ସମାଜ ପାଇଁ ପ୍ରେରଣ ମାଲଟିଛନ୍ତି ସ୍ୱର୍ଗତ ଶ୍ରୀନିବାସ ମିଶ୍ରଙ୍କ ପରିବାର ବର୍ଗ। ଖୋର୍ଦ୍ଧା ଜିଲ୍ଲା ପାତ୍ରପଡ଼ା ଅଞ୍ଚଳର ଶ୍ରୀନିବାସ ମିଶ୍ର କର୍କଟ ରୋଗରେ ପୀଡ଼ିତ ହୋଇ ୬୪ ବର୍ଷ ବୟସରେ ଗୁରୁବାର ଦିନ ପ୍ରାଣ ହରାଇଛନ୍ତି। ତାଙ୍କ ମର ଶରୀରକୁ ଗବେଷଣା ପାଇଁ ଓଡ଼ିଶା ମୋ ପରିବାର ସଂଯୋଜନାରେ ତାଙ୍କ ଶରୀରକୁ ଦାନ କରାଯାଇଛି।

କିଛି ବର୍ଷ ହେଲା ଶ୍ରୀନିବାସ ମିଶ୍ର କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେହି ସମୟରେ ଓଡ଼ିଶା ମୋ ପରିବାର ହେଲ୍ପ ଡେସ୍କ ସହଯୋଗୀ ସୋମନାଥ ସ୍ଵାଇଁ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ। ୮ଦିନ ତଳେ ଶ୍ରୀନିବାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି।

ଶ୍ରୀନିବାସ ମିଶ୍ରଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ପରିବାର ଲୋକେ ତାଙ୍କ ମରଶରୀରକୁ ଗବେଷଣା ପାଇଁ ଦାନ କରିବାକୁ ଚିନ୍ତା କରିଥିଲେ। ଓଡ଼ିଶା ମୋ ପରିବାର ପକ୍ଷରୁ ଅଙ୍ଗଦାନ ଅଭିଯାନ ସମ୍ପର୍କରେ ଖବର ପାଇବା ପରେ ପରିବାର ବର୍ଗ ସ୍ୱାସ୍ଥ୍ୟ ଉପଦେଷ୍ଟା ଡାକ୍ତର ସତ୍ୟଜିତ ଦାଶଙ୍କ ସହ ଯୋଗାଯୋଗ କରିଥିଲେ। ଓଡ଼ିଶା ମୋ ପରିବାର ପକ୍ଷରୁ ଏମ୍ସ ହସ୍ପିଟାଲ ସହିତ ସମନ୍ଵୟ ରକ୍ଷା କରାଯାଇ ଶ୍ରୀନିବାସଙ୍କ ଶରୀର ଗବେଷଣା ନିମନ୍ତେ ଦାନ କରାଯାଇଛି। ଏ ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା ମୋ ପରିବାର ହେଲ୍ପଡେସ୍କ ସହଯୋଗୀ ସୋମନାଥ ସ୍ଵାଇଁ ସଂଯୋଜନା କରିଥିଲେ।

Tags: #SrinivasMishra #DonateDeadBody #Research #OdishaMoPariwar

Comment