ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଡନୀ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଏବେ ଲ୍ୟାବରେ ରୋଗୀଙ୍କ ପାଇଁ କିଡନୀ ତିଆରି କରାଯିବ। ଏନେଇ ବୈଜ୍ଞାନିକ ରିସର୍ଚ୍ଚ କରି ସଫଳତା ହାସଲ କରିଛନ୍ତି। କିଛି ମୂଷାଙ୍କ ଉପରେ ରିସର୍ଚ୍ଚ କରି ବୈଜ୍ଞାନିକମାନେ ସଫଳ ଭାବେ କିଡନୀ ତିଆରି କରିବାରେ ସକ୍ଷମ ହୋଇଛନ୍ତି ।

ଜାପାନର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫିଜିଓଲୋଜିକାଲ ସାଇନ୍ସର ବୈଜ୍ଞାନିକଙ୍କ ଅନୁସାରେ, କିଡନୀ ଖରାପ ହେବା ଯୋଗୁଁ ରୋଗୀଙ୍କୁ ପୁଣି କିଡନୀ ପ୍ରତ୍ୟାରୋପଣ କରିବାକୁ ପଡିଥାଏ। ଯେତିକି କିଡନୀ ରୋଗୀ ଅଛନ୍ତି ସେତିକି ପରିମାଣରେ କିଡନୀ ମିଳିନଥାଏ। ଫଳରେ ଅନେକ ରୋଗୀ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଏଭଳି ସ୍ଥିତିକୁ ସୁଧାରିବା ପାଇଁ ବୈଜ୍ଞାନିକମାନେ ମାନବ ଶରୀରର ମୂଲ୍ୟବାନ ଅଙ୍ଗ ମାନବ ଶରୀର ବାହାରେ ପ୍ରସ୍ତୁତ କରିବା ପାଇଁ ରିସର୍ଚ୍ଚ ଆରମ୍ଭ କରିଥିଲେ। ଏହାର ପରିଣାମ ଉତ୍ସାହଜନକ ବୋଲି କହିଛନ୍ତି ବୈଜ୍ଞାନିକ।

କିଡନୀ ରୋଗ ଲୋକଙ୍କ ଜୀବନଶୈଳୀ ଉପରେ ନିର୍ଭର କରିଥାଏ। ସାଧାରଣତଃ ଲୋକେ ଏହା ଉପରେ ଏତେ ଧ୍ୟାନ ଦେଇନଥାନ୍ତି। ଯେତେବେଳେ ରୋଗ ଗମ୍ଭୀର ହୁଏ ସେତେବେଳେ ରୋଗ ସମ୍ପର୍କରେ ରୋଗୀ ଜାଣିପାରିଥାଏ। ରୋଗର ଲକ୍ଷଣ ଜାଣିବା ବେଳକୁ ବିଳମ୍ବ ହୋଇଯାଇଥାଏ। ସେଥିପାଇଁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସମସ୍ତଙ୍କୁ ଯାଞ୍ଚ କରି ଠିକ ସମୟରେ ରୋଗୀର ଚିକିତ୍ସା କରିନେବା ଉଚିତ।

Comment