ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧ ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର। ଘରୋଇ ହିଂସା ସହ ଶାରୀରିକ ଏବଂ ମାନସିକ ନିର୍ଯାତନ ଦେଇଥିବା ନେଇ କଟକ ମହିଳା ଥାନାରେ ସଂଗୀନ ଅଭିଯୋଗ ଆଣିଛନ୍ତି ଶ୍ରୀୟା। ଏହି ଘଟଣାରେ ଉଭୟ ହ୍ୟୁମାନ ସାଗର ଏବଂ ଶ୍ରୀୟାଙ୍କୁ କାଉନସେଲିଂ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

ନିଜ ସଂଗୀତକୁ ନେଇ ବିବାଦରେ ରହୁଥିବା ହ୍ୟୁମାନ ସାଗର ଏବେ ପାରିବାରିକ କଳହକୁ ନେଇ ବିବାଦ ଘେରକୁ ଆସିଛନ୍ତି। ମଙ୍ଗଳବାର ଦିନ ସ୍ଵାମୀଙ୍କ ବିରୋଧରେ ମହିଳା ଥାନାର ଦ୍ଵାରସ୍ଥ ହୋଇଥିଲେ ଶ୍ରୀୟା। ବୁଧବାର ଦିନ ପୋଲିସ ଶ୍ରୀୟାଙ୍କ ଅଭିଯୋଗ ଗ୍ରହଣ କରିଛି। ଉଭୟଙ୍କର କାଉନସେଲିଂ କରାଯାଇ ଏହି ବିବାଦର ସମାଧାନ କରିବାକୁ ପ୍ରୟାସ କରାଯିବ। କାଉନସେଲିଂ ପାଇଁ ଗୁରୁବାର ଦିନ ହାଜର ହେବାକୁ ଉଭୟଙ୍କୁ ସମନ କରାଯାଇଛି ସୂଚନା ରହିଛି।

ଉଭୟଙ୍କ ଅଭିଯୋଗ ଶୁଣିବା ପରେ ଉପୁଜିଥିବା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ। ଯଦି କୌଣସି ସମାଧାନର ବାଟ ନବାହାରେ ତେବେ ଆଉ ଥରେ କାଉନସେଲିଂ କରାଯିବ ବୋଲି କହିଛନ୍ତି କଟକ ଡିସିପି।

ହ୍ୟୁମାନ ସାଗର ଓ ଶ୍ରେୟା ପ୍ରେମ ବିବାହ କରିଥିଲେ। କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଶ୍ରେୟା ଅଧିକାଂଶ ସମୟ ନିଜ ବାପ ଘରେ ରହୁଥିଲେ।

Tags: #OdiaSinger #HumanSagar #Shreya #PoliceComplain #Controversy

LEAVE A REPLY

Please enter your comment!
Please enter your name here