ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଛୁରୀର ନାଁ ରଖିଲେ କ୍ରିଷ୍ଣା
  • ସମ୍ପ୍ରସାରଣ ହେବ ଗୋଶାଳା

ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ସହ ସେଠାରେ ରହିଥିବା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଗୋଶାଳାରେ ଜନ୍ମ ନେଇଥିବା ବାଛୁରୀ ଛୁଆର ନାମକରଣ କରି ତା’ ନାଁ ରଖିଥିଲେ ‘କ୍ରିଷ୍ଣା’।

ଜାମୁକୋଳିଠାରେ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୫.୫ ଏକର ପରିମିତ ଜମିରେ ଏକ ଗୋଶାଳା ସ୍ଥାପନ କରାଯାଇଛି। ବର୍ତ୍ତମାନ ଏଠାରେ ୯୦୬ଟି ଗାଈ ରହିଛନ୍ତି। ମୁଖ୍ୟତଃ ସହରର ବୁଲା ଗାଈଗୋରୁଙ୍କୁ ଅଣାଯାଇ ଏଠାରେ ରଖାଯାଇଥାଏ।

ଗୋଶାଳା ପରିଦର୍ଶନ କରିବା ସହ ଗାଈମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଦାୟିତ୍ଵରେ ଥିବା କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

୫.୫ ଏକର ପରିମିତ ଜମିରେ ସ୍ଥାପିତ ଏହି ଗୋଶାଳାର ସମ୍ପ୍ରସାରଣ କରାଯିବ। ଏହାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ମେୟର, ଉତ୍ତର ବିଧାୟକ, ପୂର୍ବତନ ବିଧାୟକ, ମହାନଗର ନିଗମର କମିଶନର ପ୍ରମୁଖ ଉପସ୍ଥତ ଥିଲେ।

Tags: #CMOdisha #NaveenPatnaik #Goshala #Jamukoli

Comment