ଓଡ଼ିଶାଲାଇଭ୍ ବ୍ୟୁରୋ

ଆଣ୍ଡାମାନ ଏବଂ ନିକୋବର ଦ୍ଵୀପର ନାମ ନଥିବା ୨୧ଟି ବୃହତ ଦ୍ଵୀପପୁଞ୍ଜର ନାମକରଣ କରାଯାଇଛି। ପରାକ୍ରମ ଦିବସ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦ୍ଵୀପଗୁଡ଼ିକର ନାମକରଣ କରିଛନ୍ତି।

ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ଜରିଆରେ ୨୧ଟି ଦ୍ଵୀପର ନାମକରଣ କରିଛନ୍ତି। ପରମବୀର ଚକ୍ର ବିଜୟୀଙ୍କ ନାମରେ ଏହି ଦ୍ଵୀପଗୁଡ଼ିକର ନାମକରଣ କରାଯାଇଛି। ଏହା ବ୍ୟତୀତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ଵୀପରେ ନେତାଜୀଙ୍କ ସମ୍ମାନାର୍ଥେ ସମର୍ପିତ ରାଷ୍ଟ୍ରୀୟ ସ୍ମାରକ ମଡେଲକୁ ଅନାବରଣ କରିଥିଲେ।

ଆଣ୍ଡାମାନ ଏବଂ ନିକୋବର ଦ୍ଵୀପର ୨୧ଟି ବୃହତ ଦ୍ଵୀପକୁ ୨୧ ଜଣ ପରମବୀର ଚନ୍ଦ୍ର ବିଜୟୀଙ୍କ ନାମରେ ନାମିତ କରି ସେମାନଙ୍କ ସ୍ମୃତି ପୁନର୍ଜୀବିତ କରାଯାଇଛି।

ନୂଆ ପରିଚୟ ପାଇଥିବା ଏହି ଦ୍ଵୀପଗୁଡ଼ିକ ହେଲା, ସୋମନାଥ ଦ୍ଵୀପ, ପୀରୁ ଦ୍ଵୀପ, ପରସେଶ୍ଵରନ ଦ୍ଵୀପ, ରାଣେ ଦ୍ଵୀପ, ଅବଦୁଲ ହମିଦ ଦ୍ଵୀପ, ଧନ ସିଂ ଦ୍ଵୀପ, ସେଖୋଁ ଦ୍ଵୀପ, ସଲାରିୟା ଦ୍ଵୀପ, ବିକ୍ରମ ବତ୍ରା ଦ୍ଵୀପ, ସଞ୍ଜୟ ଦ୍ଵୀପ, ତାରାପୋର ଦ୍ଵୀପ, ସୈତାନ ସିଂ ଦ୍ଵୀପ, ଅଲବର୍ଟ ଏକ୍କା ଦ୍ଵୀପ, କ୍ଷେତ୍ରପାଳ ଦ୍ଵୀପ, ମନୋଜ ପାଣ୍ଡେ ଦ୍ଵୀପ, ଯୋଗେନ୍ଦ୍ର ଦ୍ଵୀପ, ଜଦୁନାଥ ଦ୍ଵୀପ, ହୋସିୟାର ଦ୍ଵୀପ, ବାଣା ଦ୍ଵୀପ ଓ କମର ସିଂ ଦ୍ଵୀପ।

Tags: #PMNarendraModi #ParakramDivas #Island #Andaman #Nicobar

LEAVE A REPLY

Please enter your comment!
Please enter your name here