ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶ ଆଜି ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଚଳିତ ବର୍ଷ କୋଭିଡ କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାରୁ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସ୍କୁଲ, କଲେଜ ଏବଂ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି।

ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିବାବେଳେ ଭୁବନେଶ୍ଵରର ଗାନ୍ଧୀମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି।

ସାଧାରଣତନ୍ତ୍ର ଦିବସ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରତିବର୍ଷ ଦେଶରେ ଧୁମଧାମରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥାଏ। ଦିଲ୍ଲୀର ରାଜପଥରେ ହେଉଥିବା ପରେଡରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ।

୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ଭାରତ ମୁକ୍ତ ହୋଇଥିଲା। ସ୍ୱାଧୀନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା। ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ ୧୯୫୦ ମସିହା ଜାନୁଆରି ୨୬ରେ ସଂସଦରେ ଭାରତୀୟ ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହାପରେ ଭାରତ ନିଜକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ପାଳନ ହୋଇଆସୁଛି।

Tags: #India #IndiaCelebratesRepublicDay #74thRepublicDay #Odisha

Comment