ଓଡ଼ିଶାଲାଇଭ୍ ବ୍ୟୁରୋ

ତୁଟିଲା ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟାଙ୍କ କଳି। ଏବେ ଏକାଠି ରହିବେ ବୋଲି କହିଲେ ଉଭୟ ସ୍ୱାମୀ-ସ୍ତ୍ରୀ।

ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ମଧ୍ୟରେ ଲାଗିଥିବା ପାରିବାରିକ ବିବାଦ ଥାନାରେ ପହଞ୍ଚିବା ପରେ ଉଭୟଙ୍କୁ କାଉନସେଲିଂ ପାଇଁ ହାଜର ହେବାକୁ କୁହାଯାଇଥିଲା। ଜାନୁଆରି ୧୯ ତାରିଖରେ ଉଭୟ ଥାନାରେ ହାଜର ହୋଇଥିଲେ। ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଉଭୟ ଉଭୟଙ୍କ ଉପରେ ଦୋଷ ଲଦି ଥିଲେ। ସମସ୍ୟା ସମାଧାନ ନହେବାରୁ ପୁଣି ସେମାନଙ୍କୁ ଜାନୁଆରି ୩୦ ତାରିଖରେ କାଉନସେଲିଂ ପାଇଁ ହାଜର ହେବାକୁ କୁହାଯାଇଥିଲା।

ସୋମବାର ଦିନ ଉଭୟ ହ୍ୟୁମାନ ସାଗର ଏବଂ ଶ୍ରୀୟା ନିଜ ନିଜ ପରିବାର ସହ ପହଞ୍ଚି ଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇ ସମସ୍ୟାର ସମାଧାନ ହୋଇଛି। ଏଣିକି ଉଭୟ ସ୍ୱାମୀ-ସ୍ତ୍ରୀ ଏକାଠି ରହିବେ ବୋଲି କହିଛନ୍ତି।

Tags: #HumanSagar #ShreeyaMishra #Controversy #PoliceComplain #OdiaSinger

LEAVE A REPLY

Please enter your comment!
Please enter your name here