ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଛି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ଵ। ରବିବାର ଦିନ ଜଣେ ପୋଲିସ ଏଏସଆଇଙ୍କ ଗୁଳିମାଡ଼ରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ଦେହାନ୍ତ ହେବା ପରେ ରାଜ୍ୟ ସରକାର ସୋମବାର ଦିନ ନିରଞ୍ଜନ ପୂଜାରୀଙ୍କୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି।

ରାଜ୍ୟପାଳଙ୍କ ସୁପାରିଶ କ୍ରମେ ନିରଞ୍ଜନ ପୂଜାରୀଙ୍କୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ସହ ନିରଞ୍ଜନ ପୂଜାରୀ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ।

Tags: #Politics #OdishaPolitics #HealthMinister #FinanceMinister #NabaKishorDas #NiranjanPujari #AdditionalCharge

LEAVE A REPLY

Please enter your comment!
Please enter your name here