ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଭାରତୀୟ ହକି ଦଳ ପ୍ରୋ-ଲିଗରେ ଖେଳିବ ନିଜର ଦ୍ଵିତୀୟ ମ୍ୟାଚ। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ। ହକିପ୍ରେମୀମାନେ ଦୁଇ ଦଳ ମଧ୍ୟରେ ଦେଖିବାକୁ ପାଇବେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ।

ରବିବାର ସନ୍ଧ୍ୟା ୭ଟାବେଳେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଭାରତ ବିଶ୍ଵ ଚାମ୍ପିୟନ ଜର୍ମାନୀକୁ ହରାଇଥିଲା। ତେବେ ଏହି ମ୍ୟାଚରେ ଦଳ ନିଜର ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଜର୍ମାନୀ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ସୁଖଜିତ ସିଂହଙ୍କ ଖେଳ ଉପରେ ମ୍ୟାଚରେ ଦର୍ଶକଙ୍କ ନଜର ରହିବ। ଏହାଛଡ଼ା ଅଧିନାୟକ ହରମନପ୍ରିତ ସିଂହ, ହାର୍ଦିକ ସିଂହ, ମନପ୍ରୀତ ସିଂହ ଓ ଅନ୍ୟାନ୍ୟ ଖେଳାଳି ପ୍ରତିପକ୍ଷର ଖେଳକୁ ଦେଖି ଭଲ ରଣନୀତି ପ୍ରସ୍ତୁତ କରିବେ ବୋଲି ଆଶା କରାଯାଉଛି।

ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଏହି ମ୍ୟାଚକୁ ଜିତିବା ଲକ୍ଷ୍ୟରେ ଖେଳିବାକୁ ଆସିବ। ମ୍ୟାଚରେ ଅଷ୍ଟ୍ରେଲିୟ କ୍ୟାପଟେନ ଏଡି ୱାକେଣ୍ଡନ, ଟମ କ୍ରେଗ, ବ୍ଲେକ୍ ଗ୍ରୋଭରଙ୍କ ଭଳି ଖେଳାଳି ଭାରତକୁ କଡ଼ା ଟକ୍କର ଦେବେ।

ଭାରତ ବର୍ତ୍ତମାନ ଏଫଆଇଏଚ୍ ପ୍ରୋ-ଲିଗରେ ତୃତୀୟ ସ୍ଥାନରେ ରହିଛି। ଲିଗରେ ଦଳ ୫ଟି ମ୍ୟାଚରୁ ୩ଟି ଜିତିଛି। ଅନ୍ୟପଟେ ଦଳ ଗୋଟିଏ ମ୍ୟାଚରେ ପରାଜିତ ହୋଇଥିଲା ଏବଂ ଅନ୍ୟଟି ଡ୍ର ରଖିଥିଲା। ଲିଗ ଶେଷ ବେଳକୁ ପ୍ରଥମ ସ୍ଥାନରେ ରହିଥିବା ଦଳ ବିଜେତା ହେବ।

Tags: #FIHProLeagueHockey #IndvsAus #Hockey #TeamIndia #HockeyIndia #BirsaMundaHockeyStadium

LEAVE A REPLY

Please enter your comment!
Please enter your name here