ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହେବା ପରେ ଆସିଛି ବ୍ୟବଚ୍ଛେଦ ରିପୋର୍ଟ। ଶ୍ୱାସରୁଦ୍ଧ କାରଣରୁ ଆଜେକ୍ସଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ପୋଲିସ ସୂଚନା ଦେଇଛି।

ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ରବିବାର ଦିନ ଅକ୍ଷୟଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅକ୍ଷୟଙ୍କ ମୃତ୍ୟୁ ପାଇଁ ଦୁଇ ଜଣ ଦାୟୀ ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ। ପୋଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି।

ପୋଲିସ ଅକ୍ଷୟଙ୍କ ବାନ୍ଧବୀ ଏବଂ ତାଙ୍କ ସାଙ୍ଗଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ମଙ୍ଗଳବାର ଦିନ ଉଭୟଙ୍କର ବୟାନ ରେକର୍ଡ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଶନିବାର ରାତିରେ ଅକ୍ଷୟ ନିଜ ରୁମକୁ ଶୋଇବାକୁ ଯାଇଥିଲେ। ରବିବାର ସକାଳୁ ଅକ୍ଷୟଙ୍କୁ ଏକ ବେଡସିଟ ସାହାଯ୍ୟରେ ଫ୍ୟାନରେ ଝୁଲିଥିବା ଅବସ୍ଥାରେ ପରିବାର ଲୋକ ଦେଖିଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସବୁବେଳେ ବିନଦାସ ଏବଂ ଖୁସି ମିଜାଜରେ ରହୁଥିବା ଡିଜେ ଆଜେକ୍ସ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ? ମାନସିକ ଚାପ ନା ପ୍ରେମଜନିତ ବ୍ୟାପରକୁ ଆଜେକ୍ସ ଏଭଳି ପଦକ୍ଷେପ ନେଇଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କିମାରୁଛି।

ତେବେ ଡିଜେ ଆଜେକ୍ସ ଓରଫ ଅକ୍ଷୟଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସମ୍ପୃକ୍ତି ରହିଥିବା ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ। ଅକ୍ଷୟଙ୍କ ହ୍ୱାଟସଅପ୍ ଚାଟ୍ ଏବଂ ଫୋନ ପେ’ ମେସେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ସେ ଅକ୍ଷୟ ମହାରଣା ଭାବେ ଯେତିକି ପରିଚିତ ନଥିଲେ ତା’ଠୁ ଅଧିକ ପରିଚିତ ଥିଲେ ଡିଜେ ଆଜେକ୍ସ ନାଁରେ। ତାଙ୍କୁ ସ୍ମାଇଲିଂ ଡିଜେର ଆଖ୍ୟା ମଧ୍ୟ ମିଳିଥିଲା। ଯୁବପିଢିଙ୍କ ମଧ୍ୟରେ ସେ ବେଶ୍ ଲୋକପ୍ରିୟ ଥିଲେ। ପ୍ରାୟ ୧୦ ବର୍ଷ ଧରି ଯୁବପିଢ଼ିଙ୍କ ମନୋରଞ୍ଜନ କରି ଆସୁଥିଲେ ଅକ୍ଷୟ। ଓଡ଼ିଆ ଗୀତକୁ ନିଜ ଅନ୍ଦାଜରେ ପରିବେଷଣ କରି ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ଲୋକପ୍ରୟିତା ହାସଲ କରିଥିଲେ ଡିଜେ ଆଜେକ୍ସ। ସବୁବେଳେ ବିନଦାସ, ଖୁସି ମିଜାଜ ଆଜେକ୍ସଙ୍କର ହସ ହସ ମୁହଁ ସମସ୍ତଙ୍କୁ ଆନନ୍ଦିତ କରୁଥିଲା। ତେବେ କାହିଁକି ଅକ୍ଷୟ ଏଭଳି ନିଷ୍ପତ୍ତି ନେଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ।

Tags: #DJAJEX #AkshayMaharana #UnnaturalDeath #PostmortemReport #PoliceInvestigation #PopularDJ

LEAVE A REPLY

Please enter your comment!
Please enter your name here