ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାକୁ ନେଇ ସବୁ ଦିନ ନୂଆ ନୂଆ ତଥ୍ୟ ଆସିବାକୁ ଲାଗିଛି। ଶୁକ୍ରବାର ଦିନ ପୁଣି ଏକ ରୋଚକ କଥା ଶୁଣିବାକୁ ମିଳୁଛି। ଡିଜେ ଆଜେକ୍ସଙ୍କୁ ଏକ୍ସପୋଜ କରିବା ପାଇଁ ୩ ଜଣ ଯୁବତୀ ଗୋଟିଏ ହ୍ଵାଟସଆପ ଗ୍ରୁପ କରିଥିବା ସାଇବର ଏକ୍ସପର୍ଟଙ୍କ ତଦନ୍ତ ବେଳେ ଜଣାପଡ଼ିଛି। ସମ୍ପୃକ୍ତ ଯୁବତୀମାନେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ କଣ୍ଟାକ୍ଟରେ ଥିବା କୁହାଯାଉଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ଅସ୍ଵୀକାର କରିଛନ୍ତି ମୃତ ଆଜେକ୍ସଙ୍କ ପରିବାର ଲୋକ। ଆଜେକ୍ସଙ୍କ ମା’ ସିଧାସଳଖ ଅଭିଯୋଗ କରିଛନ୍ତି ଜିଜ୍ଞାସାଙ୍କ ପାଇଁ ହିଁ ତାଙ୍କ ପୁଅ ଆତ୍ମହତ୍ୟା କରିଛି। ଯଦି ଅନ୍ୟ ଝିଅଙ୍କ ସହ ତା’ର ପ୍ରେମ ସମ୍ପର୍କ ରହିଥାନ୍ତା ତେବେ ସେ ଜଣକ ପାଇଁ କାହିଁକି ଆତ୍ମହତ୍ୟା କରିଥାନ୍ତା ବୋଲି ଆଜେକ୍ସଙ୍କ ମା’ ପ୍ରଶ୍ନ କରିଛନ୍ତି।

ବିଭିନ୍ନ ଗଣମାଧ୍ୟମର ଖବର ଅନୁସାରେ ଅକ୍ଷୟ ୩ ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଏହି ଯୁବତୀମାନେ ଜାଣିବା ପରେ ପରସ୍ପର ସହ କଥା ହୋଇ ଆଜେକ୍ସଙ୍କୁ ଏକ୍ସପୋଜ କରିବା ପାଇଁ ଏକ ହ୍ଵାଟସ୍ଆପ୍ ଗ୍ରୁପ ତିଆରି ଥିଲେ। ଜିଡିଟାଲ ତଥ୍ୟକୁ ଆଧାର କରି ସାଇବର ଏକ୍ସପର୍ଟଙ୍କ ଖୋଳତାଡ଼ ବେଳେ ଏହି ଘଟଣା ସାମ୍ନାକୁ ଆସିଛି।

ତେବେ ଏହି ଯୁବତୀମାନେ କିଏ ଏବଂ କାହିଁକି ଡିଜେ ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ଚାହିଁଥିଲେ? ଆଜେକ୍ସଙ୍କ ସହ ପ୍ରେମ ସମ୍ପର୍କ ନା ଅନ୍ୟ କୌଣସି କାରଣକୁ ନେଇ ହ୍ଵାଟସଆପ୍ ଗ୍ରୁପ କରାଯାଇଥିଲା? ସେ ସବୁର କାରଣ ଜାଣିବା ପାଇଁ ସମ୍ପୃକ୍ତ ଯୁବତୀମାନଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି।

ଗୁରୁବାର ଦିନ ଅକ୍ଷୟଙ୍କ ମୃତ୍ୟୁକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଥିଲା। ମୃତ୍ୟୁ ପୂର୍ବ ଦିନ ଆଜେକ୍ସ ନିଜର ମୋବାଇଲ, ଏଟିଏମ ଏବଂ ଇ-ମେଲର ପାସଓ୍ଵାର୍ଡ ତାଙ୍କ ଭଉଣୀଙ୍କୁ ପଠାଇଥିଲେ। ଏହା ସହ ଜିଜ୍ଞାସ ଦେଇଥିବା ଡ୍ରେସକୁ କାଢ଼ି ରଖିବାକୁ ସେ ତାଙ୍କ ଭଉଣୀକୁ କହିଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଅକ୍ଷୟ ମାନସିକ ଚାପରେ ରହୁଥିଲେ ବୋଲି ତାଙ୍କ ଭଉଣୀ କହିଥିଲେ।

ଶନିବାର ରାତିରେ ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ ପରିବାର ଲୋକ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: #DJAJEX #AkshayMaharana #UnnaturalDeath #PostmortemReport #PoliceInvestigation #PopularDJ

LEAVE A REPLY

Please enter your comment!
Please enter your name here