ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନରେ ପ୍ରବାସୀ ଓଡ଼ିଆମାନେ ପାଳନ କରିଛନ୍ତି ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ। ଶୁକ୍ରବାର ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଥିଲା।

ଏହି ଅବସରରେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଏକ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ୧୦୦ରୁ ଅଧିକ ଓଡ଼ିଆ ଲୋକ ଯୋଗ ଦେଇଥିଲେ। ସମସ୍ତେ ମିଳିମିଶି ପଣା ସଂକ୍ରାନ୍ତି ଏବଂ ଓଡିଆ ନୂତନ ବର୍ଷ ପାଳନ କରିଥିଲେ।

“ଆମେ ବିଦେଶୀ ମାଟିରେ ରହୁଛୁ କିନ୍ତୁ ଆମର ହୃଦୟ ଓଡ଼ିଶାରେ ଅଛି। ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଆମେ ବଜାୟ ରଖିଛୁ। ଏଠାରେ ଆମେ ସବୁ ପ୍ରକାର ପର୍ବପର୍ବାଣି ପାଳନ କରୁ। ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି”, କହିଛନ୍ତି ଡାକ୍ତର ଅରୁଣ କୁମାର ପ୍ରହରାଜ।

ଶୁକ୍ରବାର ପଣା ସଂକ୍ରାନ୍ତି ଅବସରରେ ଏକତ୍ରିତ ଲୋକମାନେ ଜଗନ୍ନାଥଙ୍କୁ ପୂଜା କରିଥିଲେ। ଏହାପରେ ସମସ୍ତେ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ। ବିଦେଶୀ ମାଟିରେ ଓଡ଼ିଆ ନବବର୍ଷ ପାଳନକୁ ନେଇ ସମସ୍ତେ ଉତ୍ସାହିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଏଲଆଇସି ଅନ୍ତର୍ଜାତୀୟର ବାହାରିନରେ ନିର୍ଦେଶକ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ଏହା ବ୍ୟତୀତ ଏଠାରେ ଉପସ୍ଥିତ ଲୋକମାନେ ସମସ୍ତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Tags: #BahrainOdiasamaj #PanaSankranti #OdiaNewYear #Bahrain

Comment