ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ। ଭୋଟରଙ୍କୁ ମନେଇବାକୁ ଲାଗିପଡ଼ିଛନ୍ତି ପ୍ରାର୍ଥୀମାନେ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇବେ ଦଳର ସଭାପତି ନବୀନ ପଟ୍ଟନାୟକ। ଆସନ୍ତା ୭ ତାରିଖରେ ନବୀନ ପଟ୍ଟନାୟକ ଝାରସୁଗୁଡ଼ାରେ ପ୍ରଚାର କରିବା ନେଇ ଚର୍ଚ୍ଚା ହେଉଛି।

ମେ’ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ହେବ ମତଦାନ। ଏହା ପୂର୍ବରୁ ଭୋଟ ହାତେଇବାକୁ ଚାଲିଛି ପ୍ରାର୍ଥୀମାନଙ୍କ କସରତ। ଦଳର ବରିଷ୍ଠ ନେତା ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋଙ୍କ ପ୍ରଚାର ଦୀପାଳିଙ୍କ ଭୋଟବ୍ୟାଙ୍କ ମଜଭୁତ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #JharsugudaByelection #CMNaveenPatnaik #Campaign #BJD #DeepaliDas

Comment