ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନାରେ ବିଭିନ୍ନ ସର୍ଟ ସର୍ଭିସ କମିଶନ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ନୌସେନାର ବିଭିନ୍ନ ବିଭାଗରେ ଖାଲିଥିବା ୨୪୨ଟି ଅଫିସର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି।

ନୌସେନାରେ ଜେନେରାଲ ସର୍ଭିସ, ଲଜିଷ୍ଟିକ୍ସ, ଇଞ୍ଜିନିୟରିଂ ଓ ଏୟାର ଅପରେସନ ଭଳି ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ମିଳିବ। ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ମେ’ ୧୪। ଯଦି ଆପଣମାନେ ନୌସେନାର ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ସର୍ଟ ସର୍ଭିସ କମିଶନ ଅଫିସର ଅଫିସର (ମୋଟ ପଦବୀ) – ୨୪୨
  • ଜେନେରାଲ ସର୍ଭିସ – ୫୦
  • ଏୟାର ଟ୍ରାଫିକ କଣ୍ଟ୍ରୋଲର – ୧୦
  • ଏୟାର ଅପରେସନ ଅଫିସର – ୨୦  
  • ନ୍ୟାଭି ପାଇଲଟ – ୨୫  
  • ଲଜିଷ୍ଟିକ୍ସ ଅଫିସର – ୩୦
  • ନାଭାଲ ଅର୍ମାମେଣ୍ଟ କ୍ୟାଡର – ୧୫
  • ଏଜଉକେସନ କ୍ୟାଡର – ୧୨
  • ଇଞ୍ଜିନିୟରିଂ ବ୍ରାଞ୍ଚ – ୨୦
  • ଇଲେକ୍ଟ୍ରିକାଲ ବ୍ରାଞ୍ଚ – ୬୦

ଯୋଗ୍ୟତା

  • ସମସ୍ତ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ ବୟସ ୧୯ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତି କମରେ ଯେକୌଣସି ବିଭାଗରେ ଇଞ୍ଜିନିୟରିଂ ବା ବି ଟେକ ପାସ କରିଥିବା ଆବଶ୍ୟକ
  • କେବଳ ଲଜିଷ୍ଟିକ୍ସ ଅଫିସର ପଦବୀ ପାଇଁ ଟେକ ବ୍ୟତୀତ ବି ଏସସି, ବି କମ କିମ୍ବା ଏମବିଏ ପାସ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପରିବେ
  • ଏହା ବ୍ୟତୀତ ଇଞ୍ଜିନିୟରିଂ ବା ବି ଟେକ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସବୁ ପଦବୀ ପାଇଁ ଆବେଦନ କରିପରିବେ

ନୌସେନା ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶାରୀରିକ ମାନଦଣ୍ଡକୁ ଧାର୍ଯ୍ୟ କରାଯାଇଛି। ଏହାର ଅଧିକ ସୂଚନା ଭାରତୀୟ ନୌସେନାର ୱେବସାଇଟରେ ଉପଲବ୍ଧ।

ଚୟନ ପ୍ରକ୍ରିୟା  

  • ପ୍ରଥମେ ପ୍ରାର୍ଥୀମାନଙ୍କ କ୍ୟାରିୟର ନମ୍ବର ଆଧାରରେ ସେମାନଙ୍କୁ ସର୍ଟ ଲିଷ୍ଟ କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ସର୍ଭିସ ସିଲେକସନ ବୋର୍ଡ (ଏସଏସବି) ଇଣ୍ଟରଭ୍ୟୁ କରାଯିବ
  • ଏହାପରେ ପ୍ରାର୍ଥୀମାନଙ୍କ ଶାରୀରିକ ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ମେଡିକାଲ ଭେରିଫିକେସନ କରାଯିବ
  • ଶେଷରେ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ଭାରତୀୟ ନୌସେନାର ୱେବସାଇଟରେ ବାହାରିବ

କେମିତି କରିବେ ଆବେଦନ

  • ୟୁପିଏସିର ୱେବସାଇଟ୍ joinindiannavy.gov.in କୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘କ୍ୟାରିୟର’ ଅପ୍ସକୁ କ୍ଲିକ କରନ୍ତୁ
  • ସେଠାରେ ନିଜର ପରିଚୟ ଦେଇ ରେଜିଷ୍ଟର କରନ୍ତୁ
  • ରେଜିଷ୍ଟର ପରେ ଲଗ ଇନ କରି ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପଦବୀ ପାଇଁ ହେବାକୁ ଥିବା ଏସଏସବି ଇଣ୍ଟରଭ୍ୟୁ କେବେ କରାଯିବ ସେ ନେଇ ଭାରତୀୟ ନୌସେନା ପକ୍ଷରୁ ଆଗକୁ ସୂଚନ ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଭାରତୀୟ ନୌସେନାର ୱେବସାଇଟରେ ଉପଲବ୍ଧ।

Tags: #IndianNavy #Recruitment #SSCOfficers #SSB

Comment