ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଥାଇରଏଡ୍ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସ ୨୫ ତାରିଖକୁ ‘ବିଶ୍ଵ ଥାଇରଏଡ୍ ଦିବସ’ ପାଳନ କରାଯାଉଛି। ୨୦୦୭ ମସିହାରେ ୟୁରୋପିଆନ ଥାଇରଏଡ୍ ଆସୋସିଏସନ (ଇଟିଏ) ପକ୍ଷରୁ ଥାଇରଏଡ ଦିବସ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ବିଶ୍ଵସ୍ତରରେ ମାନ୍ୟତା ମିଳିବା ପରେ ପ୍ରତିବର୍ଷ ମେ’ ୨୫ ତାରିଖକୁ ଏହି ଦିବସ ପାଳନ କରାଯାଉଛି।

ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳିଥାଏ। ଛୋଟ ପିଲାଙ୍କଠାରେ ମଧ୍ୟ ଥାଇରଏଡ୍ ସମସ୍ୟା ଦେଖିବାକୁ ମିଳୁଛି। ଛୋଟ ପିଲା ଥାଇରଏଡ୍ ରୋଗରେ ପୀଡ଼ିତ ହେଲେ ଏହା ସେମାନଙ୍କର ବିକାଶ ଉପରେ ପ୍ରଭାବ ପକାଏ ବୋଲି ଡାକ୍ତର କୁହନ୍ତି।

ତେବେ ଥାଇରଏଡ୍‌କୁ କେମିତି ଚିହ୍ନିବେ? କ’ଣ ରହିଛି ଏହାର ଲକ୍ଷଣ ଓ ଚିକିତ୍ସା ବ୍ୟବସ୍ଥା? ସେ ନେଇ ଡାକ୍ତର ଅଭୟ କୁମାର ସାହୁ କ’ଣ କହୁଛନ୍ତି, ଜାଣନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldThyroidDay #ThyroidDisease #HypoThyroidism #Symptoms #ThyroidProblem

LEAVE A REPLY

Please enter your comment!
Please enter your name here