ଓଡ଼ିଶାଲାଇଭ୍‌ ବ୍ୟୁରୋ

ଥାଇରଏଡ୍ ହରମୋନ କ୍ଷରଣ ଅସନ୍ତୁଳିତ ହେଲେ ଶରୀରର ସମସ୍ତ କାର୍ଯ୍ୟପ୍ରଣାଳୀ ଅବ୍ୟବସ୍ଥିତ ହୋଇଯାଏ। କେତେବେଳେ ଅଚାନକ ଓଜନ ବୃଦ୍ଧି ହୁଏ ତ କେତେବେଳେ ହ୍ରାସପାଏ।

ଅନେକ ସମୟରେ ଦେଖିବାକୁ ମିଳେ ଥାଇରଏଡର ଶିକାର ହେବା ପରେ କିଛି ଲୋକଙ୍କଠାରେ ଓଜନ ବଢ଼ୁଥିବା ବେଳେ ଆଉ କିଛି ଲୋକଙ୍କର ଓଜନ କମିଥାଏ। ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ। ଥାଇରଏଡ୍‌ ହେବା ପରେ ଏହି ଗ୍ରନ୍ଥି ଠିକ୍‌ ଭାବରେ କାମ କରି ନଥାଏ। ଏହାଦ୍ୱାରା ଶରୀରରେ ଓଜନ ଅସନ୍ତୁଳନ ଦେଖା ଦେଇଥାଏ। ଥାଇରଏଡ୍‌ ଗ୍ରନ୍ଥି କମ୍‌ ମାତ୍ରାର ହରମୋନ୍‌ କ୍ଷରଣ କରିଥାଏ। ଏହାକୁ ହାଇପରଥାଇରଏଡଜିମ୍‌ କୁହାଯାଏ।

ଅନ୍ୟପଟେ ଗ୍ରନ୍ଥିରେ ଅଧିକ ହରମୋନ୍‌ କ୍ଷରଣ ହେଲେ ହାଇପୋଥାଇରଏଡଜିମ୍‌ କୁହାଯାଏ। ଯଦି ଥାଇରଏଡ୍‌ ଯୋଗୁଁ ଓଜନ ବଢ଼ିଥାଏ, ତେବେ ଏହାକୁ ହାଇପୋଥାଇରଏଡ୍‌ କୁହାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆବଶ୍ୟକ ହୋଇଥାଏ।

ଥାଇରଏଡ୍ ହର୍ମୋନ୍ କ୍ଷରଣ ଅସନ୍ତୁଳିତ ହେଲେ ଶରୀରର ସମସ୍ତ କାର୍ଯ୍ୟପ୍ରଣାଳୀ ଅବ୍ୟବସ୍ଥିତ ହୋଇଯାଏ। ଏହି ରୋଗରେ ବେଶ୍ କଷ୍ଟ ଭୋଗିବାକୁ ପଡ଼େ। କେତେବେଳେ ଅଚାନକ ଓଜନ ବୃଦ୍ଧି ହୁଏ ତ କେତେବେଳେ ହ୍ରାସପାଏ। ଥାଇରଏଡକୁ ‘ସାଇଲେଣ୍ଟ୍ କିଲର୍’ ବୋଲି ମଧ୍ୟ କୁହାଯାଏ। ଏହାର ଲକ୍ଷଣ ଧୀରେ ଧୀରେ ଜଣାପଡ଼େ।

ରୋଗ ପ୍ରତିରୋଧକ ଶକ୍ତିରେ ଗଡ଼ବଡ଼ ଏହାର ପ୍ରାରମ୍ଭିକ ସୂଚନା ରୋଗକୁ ନିୟନ୍ତ୍ରଣ କରିବାକୁ ଯାଇ ରୋଗୀ ବିଭିନ୍ନ ଔଷଧ ସେବନ କରନ୍ତି। କିନ୍ତୁ ଏହି ରୋଗକୁ ଖୁବ୍ ସହଜରେ ଘରୋଇ ଉପାୟରେ ନିୟନ୍ତ୍ରଣ କରିହେବ। ଜାଣନ୍ତୁ ଥାଇରଏଡ୍‌ରେ କ’ଣ ଖାଇଲେ ଶରୀର ପାଇଁ ଲାଭଦାୟକ।

ପ୍ରତିଦିନ ଖାଦ୍ୟରେ ସିଝା ଆଳୁ ଓ ଶାକରକନ୍ଦ ସାମିଲ କରନ୍ତୁ। ଏହା କମ୍‌ କୋଲେଷ୍ଟ୍ରଲ ସହ ବହୁ ମାତ୍ରାରେ ପୋଟାସିୟମ୍‌ ଦେଇଥାଏ। ଯାହା ଥାଇରଏଡ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସେହିପରି ଖାଦ୍ୟରେ ବ୍ରାଉନ୍‌ ରାଇସ୍‌,  ଓମେଗା-୩ ଫ୍ୟାଟି ଏସିଡ୍‌,  ମାଛ, କ୍ଷୀର, ଦହି, ମାଛ, ଡାଇଫୁଟ୍‌ ଓ ଜୁସ୍‌କୁ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଭଲ।

ମାଂସାହାରୀ ବ୍ୟକ୍ତି ଖାଦ୍ୟରେ ମାଛ ସାମିଲ କରନ୍ତୁ।

ସୋୟା ମିଲ୍କ୍‌, ଟୋଫୁରେ ଏଭଳି ରାସାୟନ ପଦାର୍ଥ ମିଳେ ଯାହା ଥାଇରଏଡ୍ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ଲାଗି ଲାଭଦାୟକ। ଏହାସହ ଶରୀରରେ ଆୟୋଡିନ୍‌ ମାତ୍ରାକୁ ବି ନିୟନ୍ତ୍ରଣ ରଖିବା ଜରୁରୀ।

ଥାଇରଏଡ୍‌ ରୋଗୀଙ୍କ ମୋଟା ହେବାର ଅନ୍ୟତମ କାରଣ ହେଉଛି ଔଷଧରେ ଅନିୟମିତତା। ତେଣୁ ଡାକ୍ତର ପରାମର୍ଶ କରିଥିବା ଔଷଧକୁ ନିୟମିତ ଭାବେ ସେବନ କରନ୍ତୁ।

Comment