ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଥାଇରଏଡ୍ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସ ୨୫ ତାରିଖକୁ ‘ବିଶ୍ଵ ଥାଇରଏଡ୍ ଦିବସ’ ପାଳନ କରାଯାଉଛି। ୨୦୦୭ ମସିହାରେ ୟୁରୋପିଆନ ଥାଇରଏଡ୍ ଆସୋସିଏସନ (ଇଟିଏ) ପକ୍ଷରୁ ଥାଇରଏଡ ଦିବସ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ବିଶ୍ଵସ୍ତରରେ ମାନ୍ୟତା ମିଳିବା ପରେ ପ୍ରତିବର୍ଷ ମେ’ ୨୫ ତାରିଖକୁ ଏହି ଦିବସ ପାଳନ କରାଯାଉଛି।

ଆମେରିକା ଥାଇରଏଡ୍ ଆସୋସିଏସନ, ଲ୍ୟାଟିନ ଆମେରିକା ଥାଇରଏଡ୍ ସୋସାଇଟି ଏବଂ ଏସିଆ-ଓସିନିଆ ଥାଇରଏଡ ଆସୋସିଏସନ ମିଳିତ ଭାବେ ୟୁରୋପିଆନ ଥାଇରଏଡ୍ ଆସୋସିଏସନ ସହ ଥାଇରଏଡ୍ ଦିବସ ପାଳନ କରିବା ଆରମ୍ଭ କରିଥିଲେ। ଏବେ ସାରା ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି।

ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଥାଇରଏଡ୍‌ ରୋଗ ଅଧିକ ଦେଖିବାକୁ ମିଳିଥାଏ। ଏହା ଏକ ଅଟୋ-ଇମ୍ୟୁନ୍ ରୋଗ ବୋଲି ଡାକ୍ତର କୁହନ୍ତି।

ତେବେ ଥାଇରଏଡ୍‌ ରୋଗର କାରଣ କ’ଣ? କିଭଳି ଏହାର ଚିକିତ୍ସା କରିହେବ ସେ ନେଇ ଜଣାଶୁଣା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଜାଣନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags:  #WorldThyroidDay #ThyroidDisease #HypoThyroidism #ThyroidProblem

Comment