ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଳଙ୍ଗ ଶାଗ ଅନେକଙ୍କର ପ୍ରିୟ। କାରଣ ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ। ଏହି ଶାଗର ଗୁଣକାରୀ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

ସମସ୍ତଙ୍କୁ ଜଣା ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ। ବିଶେଷକରି ପାଳଙ୍ଗ ଶାଗ ସେବନ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ବିଶେଷକରି ଶରୀରରେ ରକ୍ତ ଅଭାବକୁ ଦୂର କରିବାରେ ଏହା ମହୌଷଧି ସଦୃଶ।

ପାଳଙ୍ଗ ଶାଗରେ କ’ଣ ରହିଛି

ପାଳଙ୍ଗରେ ଭରପୂର ମାତ୍ରାରେ ଭିଟାମିନ୍ ଏ, ବି, ସି, ଆଇରନ୍, କ୍ୟାଲସିୟମ୍, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫାଇବର୍, ଖଣିଜ ପଦାର୍ଥ, ମ୍ୟାଗ୍ନେସିୟମ୍ ଭଳି ତତ୍ତ୍ୱ ମହଜୁଦ୍ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ। ପାଳଙ୍ଗକୁ କଞ୍ଚା ବି ଖାଇପାରିବେ।

ଶରୀରରୁ ବିଷାକ୍ତ ଜୀବଣୁ ନଷ୍ଟ କରେ ପାଳଙ୍ଗ

ନିୟମିତ ପାଳଙ୍ଗ ଶାଗ ଖାଇଲେ ଶରୀରୁ ବିଭିନ୍ନ ରୋଗ ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ଶରୀରରେ ଥିବା ବିଷାକ୍ତ ଜୀବାଣୁଙ୍କ ଦ୍ୱାରା ସୃଷ୍ଟ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।

କେଶ ଝଡ଼ିବା ଦୂର କରିବା

ଆଜିକାଲି ଯୁବପିଢ଼ିଙ୍କ କେଶ ଝଡ଼ିବା ଏକ ସାଧାରଣ ଘଟଣା ହୋଇଗଲାଣି। ପାଳଙ୍ଗ ସେବନ କରିବା ଦ୍ୱାରା କେଶ ଝଡ଼ିବା ସମସ୍ୟା କମ୍ ହୋଇଥାଏ।

ରକ୍ତଚାପ ସମସ୍ୟା

ଉଚ୍ଚ ରକ୍ତଚାପ ଥିବା ରୋଗୀ ମାନଙ୍କ ପାଇଁ ଫଶଲଙ୍ଗ ଶାଗ ବରଦାନ ସଦୃଶ ହୋଇଥାଏ। ପ୍ରତିଦିନ ନିଜ ଖାଦ୍ୟ ପାଳଙ୍ଗ ଶାଗ ସାମିଲ କରନ୍ତୁ। ଏହାଦ୍ଵାରା ରକ୍ତଚାପ ଭଳି ସମସ୍ୟାରୁ ଉପଶମ ମିଳିଥାଏ।

ରକ୍ତହୀନତା ଦୂର କରେ ପାଳଙ୍ଗ

ଯଦି ଶରୀରରେ ଆଇରନ୍ ଅଭାବରୁ ରକ୍ତହୀନତା ଦେଖାଦେଉଥାଏ, ତେବେ ପାଳଙ୍ଗ ଶାଗ ମହୌଷଧି ଭଳି କାମ କରେ । ଯେଉଁ ଲୋକଙ୍କଠାରେ ରକ୍ତ ଅଭାବ ସମସ୍ୟା ରହିଛି, ସେମାନେ ଦୈନିକ ପାଳଙ୍ଗ ଶାଗ ଖାଇବା ଉଚିତ୍।

ହିମୋଗ୍ଲୋବିନ୍‌ ସ୍ତର ବୃଦ୍ଧି କରେ ପାଳଙ୍ଗ

ପାଳଙ୍ଗରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବାରୁ ଏହା ହିମୋଗ୍ଲୋବିନ୍ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପିଲାଙ୍କୁ ମଧ୍ୟ ପାଳଙ୍ଗ ଶାଗ ଖାଇବାକୁ ଦିଅନ୍ତୁ।

ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ

ଏହାବ୍ୟତୀତ ଗର୍ଭବତୀ ମହିଳାଙ୍କ ଖାଦ୍ୟ ତାଲିକାରେ ପ୍ରତ୍ୟହ ପାଳଙ୍ଗକୁ ସ୍ଥାନିତ କରନ୍ତୁ। ନଚେତ୍ ଏକ ଗ୍ଲାସ୍ ପାଳଙ୍ଗ ଜୁସ୍ କରି ପିଇବାକୁ ଦିଅନ୍ତୁ। ଏହାଦ୍ୱାରା ମା ଓ ଶିଶୁଙ୍କଠାରେ ରକ୍ତହୀନତା ରୋଗ ଦେଖାଦେଇ ନଥାଏ।

Comment