ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବା ଭିତରେ ଫୁଲକୋବି ହେଲା ସମସ୍ତଙ୍କର ମନପସନ୍ଦ ପରିବା। ଫୁଲକୋବିରେ ଥିବା ବିଭିନ୍ନ ପୋଷକ ତତ୍ୱ ସ୍ଵାସ୍ଥ୍ୟ ପାଇଁ ବେଶ୍‌ଲାଭପ୍ରଦ ହୋଇଥାଏ। କିନ୍ତୁ କେତେକ ରୋଗ ପାଇଁ ଫୁଲକୋବି ଏକ ପ୍ରକାର ବିଷ।

ଥାଇରଏଡ୍ ଥିଲେ ଫୁଲକୋବି ଖାଇବା ଉଚିତ୍‌ ନୁହେଁ। ଏହା ଟି ୩ ଆଉ ଟି ୪ ହର୍ମୋନ୍ ସ୍ତର ବୃଦ୍ଧି କରିଦିଏ।

ଫୁଲକୋବିରେ ଅତ୍ୟଧିକ ମାତ୍ରାରେ କ୍ୟାଲ୍‌ସିୟମ୍ ରହିଛି। ଏହା ଗଲ୍‌ଫ୍‌ ବ୍ଲାଡର୍‌ ତଥା କିଡ୍‌ନୀରେ ଷ୍ଟୋନ୍ ହୋଇଥିବା ରୋଗୀଙ୍କ ସମସ୍ୟାକୁ ଆହୁରି ବଢ଼ାଇଦିଏ।

ଶରୀରରେ ୟୁରିକ୍ ଏସିଡ୍‌ ବଢ଼ିଥିଲେ, ଫୁଲକୋବି ଏହାକୁ ଆହୁରି ଅଧିକ ବଢ଼ାଇଦିଏ।

ଗ୍ୟାସ୍ ସମସ୍ୟାକୁ ବଢ଼ାଏ ଫୁଲକୋବି।

ଫୁଲକୋବିରେ ଭିଟାମିନ୍‌-କେ ପ୍ରଚୁର ପରିମାଣରେ ରହିଛି।

ସ୍ତନ୍ୟପାନ କରାଉଥିବା ମହିଳାମାନେ ଫୁଲକୋବି ଖାଆନ୍ତୁ ନାହିଁ। ଫଳରେ ପେଟରେ ଗ୍ୟାସ୍ ହୋଇଯାଏ।

ପେଟ ଜନିତ ସମସ୍ୟା ଥିଲେ, ଚାଉଳ ଧୁଆ ପାଣିରେ ଫୁଲକୋବିକୁ ୧୦ ମିନିଟ୍ ଯାଏଁ ସିଝାଇ କଳା ଲୁଣ ପକାଇ ଖାଆନ୍ତୁ। ଆଣ୍ଠୁ ଗଣ୍ଠି ଭଳି ଅସ୍ଥି ସମସ୍ୟା ପାଇଁ କୋବି ଓ ଗାଜର ରସକୁ ସଠିକ୍ ମାତ୍ରାରେ ମିଶାଇ ପିଅନ୍ତୁ। ଏହାକୁ ୨ ମାସ ପିଇଲେ ବିନ୍ଧା କମ୍ ହେବ। ଫୁଲକୋବିରେ ଥିବା ଭିଟାମିନ୍-ସି ଓଜନ ଘଟାଏ। ଏହା ଶରୀରରୁ ଚର୍ବି କମ୍ କରେ।

LEAVE A REPLY

Please enter your comment!
Please enter your name here