ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।

ଗତ ୨୦୧୫-୧୬ରୁ ୨୦୨୧-୨୨ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହାର କାର୍ଯ୍ୟକ୍ରମ ନିମନ୍ତେ ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସହରମାନଙ୍କରେ ଥିବା ବିଭିନ୍ନ ଡାକ୍ତରଖାନା, ବସଷ୍ଟାଣ୍ଡ ଏବଂ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଆହାର କେନ୍ଦ୍ର ଖୋଲାଯାଇଛି। ଏଠାରେ ଲୋକଙ୍କୁ ମାତ୍ର ୫ ଟଙ୍କାରେ ପେଟପୂରା ଖାଦ୍ୟ ମିଳିପାରୁଛି।

ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ଖୋଲାଯାଇଥିବାରୁ ଅନେକ ଲୋକ ଏହା ଦ୍ଵାରା ଉପକୃତ ହୋଇପାରୁଛନ୍ତି।

Tags: #GovtOdisha #AaharKendra #AaharCentreManagementCommittee #CMOdisha #NaveenPatnaik

Comment