ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଝାରସୁଗୁଡ଼ାର ୧୩ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। କମ୍ପାନି ପକ୍ଷରୁ ଚାଲୁଥିବା ‘ବିଦ୍ୟାଗ୍ରହ ଇ-ଲର୍ଣ୍ଣିଂ’ ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ବେଦାନ୍ତ ପକ୍ଷରୁ କରାଯାଉଥିବା ବିଦ୍ୟାଗ୍ରହ ଇ-ଲର୍ଣ୍ଣିଂ’ ଅଭିଯାନରେ ଏ ଯାଏଁ ଝାରସୁଗୁଡ଼ାର ଦୁର୍ଗମ ଅଞ୍ଚଳରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ ହୋଇଛନ୍ତି। ‘ସାର୍ଥକ ସ୍ଥାୟୀ ବିକାଶ ଫାଉଣ୍ଡେସନ’ ସହିତ ମିଳିତ ଭାବରେ ବେଦାନ୍ତ ପକ୍ଷରୁ ଏହା କାର୍ଯ୍ୟକାରୀ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡିଜିଟାଲ ଶିକ୍ଷା ପ୍ରଦାନ କରଯାଇ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନିୟମିତ ଭାବରେ ମ୍ୟାପିଂ କରାଯାଇଥାଏ।

ଏକ ୱେବ୍ ଆପ୍ ଆଧାରିତ ପ୍ଲାଟଫର୍ମ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ନଜର ରଖି ବେଦାନ୍ତ ଆଲୁମିନିୟମର କର୍ମଚାରୀ ଓ ଅଭିଯାନର ଅନ୍ୟ ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରିଥାନ୍ତି। ଏହା ଫଳରେ ସେମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ ଜ୍ଞାନର ବିକାଶରେ ସହାୟକ ହେଉଛି।

“ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଡିଜିଟାଲ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ବେଦାନ୍ତ ପକ୍ଷରୁ ଆରମ୍ଭ ‘ବିଦ୍ୟାଗ୍ରହ ଇ-ଲର୍ଣ୍ଣିଂ’ ଅଭିଯାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ବ୍ୟାପକ ହେବାକୁ ଯାଉଛି। ଏଥିରେ ଦୁର୍ଗମ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ସୁବିଧା ପାଇପାରିବେ। ଝାରସୁଗୁଡ଼ାର ସାକ୍ଷରତା ସ୍ତରର ବୃଦ୍ଧି କରିବାପାଇଁ ଏଭଳି କାର୍ଯ୍ୟକ୍ରମର ଉଲ୍ଲେଖନୀୟ ଅବଦାନ ରହିବ ବୋଲି ମୋର ଆଶା”, କହିଛନ୍ତି ବେଦାନ୍ତ ଆଲୁମିନିୟମର ସିଓଓ ସୁନିଲ ଗୁପ୍ତା।

୨୦୨୨ ଏହି ‘ବିଦ୍ୟାଗ୍ରହ ଇ-ଲର୍ଣ୍ଣିଂ’ ଅଭିଯାନ ଝାରସୁଗୁଡ଼ା ଜିଲ୍ଲାର ଶିରିପୁରା, ବଡ଼ମାଲ, ସିରିୟାପାଲି, ପୂର୍ଣ୍ଣା ଏବଂ କୁରେବାଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ପ୍ରଥମ ବର୍ଷରେ ଏହି ଇ-ଲର୍ଣ୍ଣିଂ ଅଭିଯାନକୁ ଭଲ ସଫଳତା ମିଳିବାପରେ ଏବେ ବେଦାନ୍ତ ପକ୍ଷରୁ ଏହାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ କରାଯିବ। ଏଥିରେ ଝାରସୁଗୁଡ଼ାର ଅଧିକ ସଂଖ୍ୟକ ବିଦ୍ୟାଳୟକୁ ଯୋଡ଼ି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ।

Tags: #VedantaAluminium #VidyagrahaE-learningInitiative #Education #Jharsuguda

 

Comment