ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲକାମେଲିଂ ମାମଲାରେ ସିବିଆଇ କୋର୍ଟରେ ହାଜର ହେବା ଲାଗି ବୁଧବାର ଦିନ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

ପୂର୍ବରୁ ବାରମ୍ବାର ସିବିଆଇ କୋର୍ଟରେ ହାଜର ହେବା ପାଇଁ ଅର୍ଚ୍ଚନାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇନଥିଲେ। ଏହା ପରେ ତାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ଵାନା ଜାରି କରାଯାଇଥିଲା। ନିଜ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହେବା ଲାଗି ଶ୍ରଦ୍ଧାଞ୍ଜଳି ଭୁବନେଶ୍ଵର କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନ ଖାରଜ ହୋଇଯାଇଥିଲା। ତଳ କୋର୍ଟଙ୍କୁ ଚ୍ୟାଲେଞ୍ଜ କରି ଶ୍ରଦ୍ଧାଞ୍ଜଳି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ବୁଧବାର ଦିନ ହାଇକୋର୍ଟରୁ ଶ୍ରଦ୍ଧାଞ୍ଜଳିଙ୍କୁ ଝଟକା ମିଳିଛି। ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆବେଦନ ଖାରଜ କରିବା ସହ ସିବିଆଇ କୋର୍ଟରେ ହାଜର ହେବାକୁ ହୋଇକୋର୍ଟ ନିର୍ଦେଶ ଦେଇଛନ୍ତି।

ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି ଆପତ୍ତି ଜନକ ଅଭିଯୋଗ ଆଣିବା ପରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ ପରିଜା।

ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋନ କରି ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ୩ କୋଟି ଟଙ୍କା ମାଗିବା ସହ ହତ୍ୟା ଧମକ ଦେବା ନେଇ ଏତଲାରେ ଉଲ୍ଲେଖ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଏହି ଘଟଣା ପରବର୍ତ୍ତୀ ସମୟରେ ଭିନ୍ନ ମୋଡ଼ ନେଇଥିଲା। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଅର୍ଚ୍ଚନା ନାଗଙ୍କ ଆର୍ଥିକ ସାମ୍ରାଜ୍ୟ ସମ୍ପର୍କରେ ଜଣାପଡ଼ିଥିଲା। ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିଲେ ଅର୍ଚ୍ଚନା ନାଗ।

Tags: #ArchanaNaagCase #CBICourt #OdishaHighCourt #ShradhanjaliBehera #Blackmail

LEAVE A REPLY

Please enter your comment!
Please enter your name here