ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସାଇକୁଲା ଗ୍ରାମର ଶାନ୍ତନୁ ସାହୁ ଓ ଅଶ୍ୱିନୀ ଦେ। ସେମାନଙ୍କଠାରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ଏୟାରଗନ, ଗୋଟିଏ ଛୋଟ ବନ୍ଧୁକ, ଦୁଇଟି ମୋବାଇଲ ଫୋନ ଏବଂ ୨ ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି। ଏ ନେଇ ମୟୂରଭଞ୍ଜ ଏସପି ବାତୁଲ ଗଙ୍ଗାଧର ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ଅନେକ ଅଭିଯୋଗ ରହିଛି। କୁଲଡ଼ିହା ଅଭୟାରଣ୍ୟରେ ହାତୀଦାନ୍ତ ଚୋରି ମାମଲାରେ ଗିରଫ ହୋଇଥିଲେ ଶାନ୍ତନୁ ଏବଂ ଅଶ୍ୱିନୀ।

ଶିମିଳିପାଳ ଅଭୟାରଣ୍ୟ ଭିତରେ ଏବଂ ବାହାରେ ଶିକାରୀମାନଙ୍କ ପ୍ରାଦୁର୍ଭାବ କମାଇବା ପାଇଁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଏସପି ସୂଚନା ଦେଇଛନ୍ତି।

Tags: #Mayurbhanj #IllegalGunSeized #KhuntaPolice #SimilpalAbhayaranya

Comment