ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବା ଲାଗି ଚାଲିଥିବା ତଲାସୀ ଅଭିଯାନ ବେଳେ ପୁଣି ୯ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବି ଗଙ୍ଗାଧର।

ଶିମିଳିପାଳ ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ବନ୍ଧୁକ ଲୁଚାଇ ରଖାଯାଇଥିବା ତଲାସୀ ଅଭିଯାନର ସ୍ଵତନ୍ତ୍ର ପୋଲିସ ପକ୍ଷରୁ ଏସପିଙ୍କୁ ସୂଚନା ଦିଆଯାଇଥିଲା। ପରେ ଏସପିଙ୍କ ନିର୍ଦେଶ କ୍ରମେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନେତୃତ୍ୱରେ ଶିମିଳିପାଳ ପାଦଦେଶରେ ଥିବା ଗାଁଗୁଡ଼ିକରେ ଚଢ଼ଉ କରାଯାଇଥିଲା। ଚଢ଼ାଉ ବେଳେ ନିକଟସ୍ଥ ଜଙ୍ଗଲର ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖାଯାଇଥିବା ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ କରାଯାଇଥିଲା।

ଗତ ଜୁନ ୧୮ ତାରିଖରୁ ଆରମ୍ଭ ହୋଇଥିବା ତଲାସୀ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ଭିନ୍ନ ଭିନ୍ନ ୧୦ଟି ମାମଲାରେ ୩୨ଟି ବନ୍ଧୁକ ଜବତ ହୋଇଥିବାବେଳେ ୨୦ ଜଣଙ୍କୁ ଗିରଫ କରାଯାଇଛି। ଜୁଲାଇ ୩୧ ତାରିଖ ମଧ୍ୟରେ ଶିମିଳିପାଳ ପାଦଦେଶରେ ଥିବା ୧୨ଟି ଥାନା ଅନ୍ତର୍ଗତ ଗ୍ରାମଗୁଡ଼ିକୁ ବନ୍ଧୁକ ସମର୍ପଣ କରିବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତା ଅଗଷ୍ଟ ପହିଲାରୁ ତଲାସୀ ଅଭିଯାନକୁ ଜୋରଦାର କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

Tags: #Mayurbhanj #SearchOperation #GunSeized #MayurbhanjPolice

Comment