ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଇସ୍ପାତ ଏବଂ ଖଣି ବିଭାଗରେ ଖାଲିଥିବା ‘ଖଣି ଅଧିକାରୀ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ଅନ୍ତର୍ଗତ ଏହି ନିଯୁକ୍ତି ମିଳିବ। ଏହି ଚାକିରି ପାଇଁ ମାସିକ ୫୬ ହଜାରରୁ ଅଧିକ ଦରମା ମିଳିବ।

ଏହି ପଦବୀ ପାଇଁ ଏବେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଅନଲାଇନ ଆବେଦନ ଜାରି ରହିଛି। ଜୁଲାଇ ୩୧ ଆବେଦନର ଶେଷ ତାରିଖ।

ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଖଣି ଅଧିକାରୀ (ଗ୍ରୁପ୍ ‘ଏ’) – ୨୩

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଇନିଂ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଓପିଏସସି ପକ୍ଷରୁ ଲିଖିତ ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ ବାହାର କରାଯିବ। ମେରିଟ ଲିଷ୍ଟ ଅନୁସାରେ ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ କରାଯାଇ ପଦବୀରେ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ

  • ଓପିଏସସିର ୱେବସାଇଟ୍ opsc.gov.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ‘ଖଣି ଅଧିକାରୀ’ ପଦ ପାଇଁ ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

 

ରାଜ୍ୟ ଖଣି ବିଭାଗର ଏହି ପଦବୀ ପାଇଁ କେବେ ଲିଖିତ ପରୀକ୍ଷା କରାଯିବ, ସେ ନେଇ ଓପିଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଓପିଏସସିର ୱେବସାଇଟରେ ଉପଲବ୍ଧ।

Tags: #OPSC #MiningOfficer #OdishaMineralAdministrativeService #Employment #Odisha

Comment