ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଝାରସୁଗୁଡ଼ା (ଅର୍ବାନ) ସିଡିପିଓ ସରୋଜିନୀ ଏକ୍କା। ଶନିବାର ଦିନ ୪୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍।

ଗତ ୪ ମାସର ଛତୁଆ ବିଲ୍ ପାସ୍ କରିଦେବା ଲାଗି ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କଠାରୁ ଅର୍ଥ ଦାବି କରିଥିଲେ ସରୋଜିନୀ ଏକ୍କା। ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଶନିବାର ଦିନ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କଠାରୁ ୪୦ ହଜାର ଟଙ୍କା ନେଉଥିବାବେଳେ ସରୋଜିନୀ ଏକ୍କାଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ସନ୍ଦେହରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସରୋଜିନୀ ଏକ୍କାଙ୍କର ଦୁଇଟି ଠିକଣାରେ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Tags: #JharsugudaCDPO #SarojiniEkka #VigilanceTrap

LEAVE A REPLY

Please enter your comment!
Please enter your name here