ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଣେ ପୋଲିସ କନଷ୍ଟେବଳ। ଜଣେ ବ୍ୟକ୍ତିଙ୍କଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ବୌଦ୍ଧ ଜିଲ୍ଲା ଡିଭିଏଫ୍ କନଷ୍ଟେବଳ ହରି ସାହୁ।

ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ସରକାରୀ କ୍ୱାର୍ଟର ନିକଟରୁ ହରିଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଅଭିଯୁକ୍ତ ହରିଙ୍କଠାରୁ ନଗଦ ୬ ଲକ୍ଷ ଟଙ୍କା ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି। ଗଞ୍ଜେଇ ଚାଷୀଙ୍କୁ ସୁରକ୍ଷା ଦେବାକୁ କନଷ୍ଟେବଳ ହରି ସାହୁ ମୋଟା ଅଙ୍କର ଟଙ୍କା ନେଉଥିବା ଅଭିଯୋଗ ହୋଇଆସୁଥିଲା।

ଜଣେ ବ୍ୟକ୍ତିଙ୍କଠାରୁ ହରି ସାହୁ ୬ ଲକ୍ଷ ଟଙ୍କା ଦାବି କରିଥିବା ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ପୂର୍ବ ଯୋଜନା ମୁତାବକ ସମ୍ପୃକ୍ତ ବ୍ୟକ୍ତି ଜଣକ କନଷ୍ଟେବଳ ହରି ସାହୁଙ୍କୁ ଟଙ୍କା ଦେଉଥିବା ସମୟରେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ। ଏହି ଚଢ଼ାଉରେ ବ୍ରହ୍ମପୁର ଓ ବୌଦ୍ଧ ଭିଜିଲାନ୍ସ ଟିମ ସାମିଲ ଥିଲେ।


Tags: #Boudh #VigilanceRaid #vigilancetrap #Bribe #dvfconstable

Comment