ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଭିଜଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର। ନ୍ୟାସନାଲ ପେନସନ ସ୍କିମର ୨୦ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଉଠାଇ ନେଇଛନ୍ତି ଭିଜିଲାନ୍ସ ଅଧିକାରୀ। ବ୍ରହ୍ମପୁର ଏବଂ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତି ରସାନ୍ଦ କରଙ୍କୁ ପଚରାଉଚରା ଜାରି ରହିଛି।

ପ୍ରାୟ ୨୦ ଲକ୍ଷ ଟଙ୍କା ହଡ଼ପ କରି ବିଇଓ ରସାନନ୍ଦ କର ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ହୋଇଛି। ଦୁଇଟି ପର୍ଯ୍ୟାୟରେ ରସାନନ୍ଦ ନିଜ ଆକାଉଣ୍ଟକୁ ଏହି ଟଙ୍କା ନେଇଥିଲେ। ଏ ନେଇ ଅଭିଯୋଗ ଆସିବା ପରେ ମାସେ ହେଲା ରସାନନ୍ଦଙ୍କ ଗତିବିଧି ଉପରେ ନଜର ରଖିଥିଲା ଭିଜିଲାନ୍ସ ବିଭାଗ। ଟଙ୍କା ହେରଫେର ନେଇ କେତେକ ପ୍ରମାଣ ଯୋଗାଡ଼ କରିବା ପରେ ବୁଧବାର ସନ୍ଧ୍ୟାରେ ରସାନନ୍ଦ କରଙ୍କୁ ଉଠାଇ ନେଇଥିଲେ ଭିଜିଲାନ୍ସ ଅଧିକାରୀ।

Tags: #VigilanceTrap #DaringbadiBEORasanandKar #NationalPensionScheme #Scam #Odisha

Comment