ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା କରାଯାଇଛି। ୨୦୨୩ରେ ଭାରତର ୧୪୦ ଜଣ ପୋଲିସ ଅଧିକାରୀ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଧିକାରୀ ସାମିଲ ଅଛନ୍ତି। ଏନେଇ ଶନିବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ ଓଡ଼ିଶାର ଦୁଇଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ଚଳିତବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ମେଡାଲ ମିଳିବ। ଡିଏସପି ପ୍ରଭାତ କୁମାର ବିଶ୍ୱାଳ, ଡିଏସପି ମାନସ ରଞ୍ଜନ ପ୍ରଧାନ ଏହି ପଦକ ପାଇବେ। ସେହିପରି ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତିଙ୍କୁ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ମେଡାଲ ମିଳିବ।

ଅନ୍ୟପଟେ ସିବିଆଇରୁ ୧୫ ଜଣ, ଏନଆଇଏରୁ ୧୨ ଜଣ ଅଧିକାରୀ କେନ୍ଦ୍ର ଗୁହମନ୍ତ୍ରୀ ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଉତ୍ତର ପ୍ରଦେଶରୁ ୧୦ ଜଣ, କେରଳ ଏବଂ ରାଜସ୍ଥାନରୁ ୯ ଜଣ, ତାମିଲନାଡୁରୁ ୮ ଜଣ, ମଧ୍ୟପ୍ରଦେଶରୁ ୭ ଜଣ ଏବଂ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀଙ୍କୁ ଏହି ପୁରସ୍କାର ଦିଆଯିବ। ଏମାନଙ୍କ ମଧ୍ୟରେ ୨୨ ମହିଳା ପୋଲିସ ଅଧିକାରୀ ପଦକ ପାଇଁ ମନୋନୀତ ହୋଇଛନ୍ତି।

ଦେଶରେ ଅପରାଧର ଅନୁସନ୍ଧାନରେ ପୋଲିସମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ତଦନ୍ତର ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ପୁରସ୍କାର ଦିଯାଇଥାଏ। ୨୦୧୮ ମସିହାରୁ ଏହି ପୁରସ୍କାର ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ପଦକ ପାଇଁ ମନୋନୀତ ପୋଲିସଙ୍କ ନାଁ ଘୋଷଣା କରାଯାଇଥାଏ।

Tags: #UnionHomeMinisterMedal #PoliceOfficers #ExcellenceinInvestigation #Odisha #India

LEAVE A REPLY

Please enter your comment!
Please enter your name here