ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଦୁଇ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଓ ଋତୁପର୍ଣ୍ଣା ପଣ୍ଡା ଭାରତ ପାଇଁ ଆଣିଛନ୍ତି ଗୌରବ। ଏହି ଦୁଇ ବ୍ୟାଡମିଣ୍ଟନ ଖେଳାଳି ବିଡବ୍ଲ୍ୟୁଏଫ୍ ତାଜାକିସ୍ତାନ ଅନ୍ତର୍ଜାତୀୟ ସିରିଜର ମହିଳା ଡବଲ୍ସ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦୁଇ ଭାରତୀୟ ଭଉଣୀ ସ୍ୱର୍ଣ୍ଣ ପଦକ ଜିତିବାରେ ଏହା ହେଉଛି ପ୍ରଥମ ଘଟଣା।

ଏହି ପ୍ରତିଯୋଗିତାର ମହିଳା ଯୁଗଳ ଫାଇନାଲ୍‌ରେ ଅଜରବୈଜାନ ଦେଶର ଇରା ମାଫତୁହା ଓ ହାଜର ନୁରିୟେଭାଙ୍କୁ ୨୧-୯, ୨୧-୭ ସିଧାସଳଖ ସେଟ୍‌ରେ ପରାସ୍ତ କରି ଶ୍ୱେତପର୍ଣ୍ଣା ପଣ୍ଡା ଓ ଋତୁପର୍ଣ୍ଣା ପଣ୍ଡା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ବାଏ ପାଇଥିବା ଶ୍ୱେତପର୍ଣ୍ଣା ଓ ଋତୁପର୍ଣ୍ଣା ସେମିଫାଇନାଲ୍‌ରେ କାଜାଖସ୍ତାନର ୟେଭା ବୁତପାୟେଭା ଓ ନର୍ଗିଜା ରଖମେ ତୁଲାୟେଭାଙ୍କୁ ୨୧-୧୦ ଓ ୨୧-୮ରେ ପରାଜିତ କରି ଫାଇନାଲ୍‌ରେ ପହଞ୍ଚିଥିଲେ।

ଏହି ପ୍ରତିଯୋଗିତାରେ ଅନ୍ୟତମ ଭାରତୀୟ ଅନୁପମା ଉପାଧ୍ୟାୟ ମହିଳା ଏକକରେ ଇସ୍ରାଏଲ୍‌ର ସେନିଆ ପୋଲିକାର୍ପୋଭାଙ୍କୁ ୨୧-୧୯, ୯-୨୧, ୮-୨୧ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Tags: #RituparnaPanda #SwetaparnaPanda #GoldMedal #BWFTajikistanInternationalSeries2023

Comment