ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ରେଲୱେର ଉତ୍ତର ଜୋନ (ଏନଆର୍)ରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟେକ୍‌ନିସିଆନ୍, ଜୁନିୟର ଇଞ୍ଜିନିୟର, ଟ୍ରେନ୍ ମ୍ୟାନେଜର ଭଳି ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୨୩ଟି ପଦବୀ ପୂରଣ ହେବ।

ଉତ୍ତର ଜୋନର ରିକ୍ରୁଟମେଣ୍ଟ ସେଲ (ଆରଆରସି) ପକ୍ଷରୁ ଏହି ପଦବୀଗୁଡ଼ିକ ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଅଗଷ୍ଟ ୨୮ ଆବେଦନ ପ୍ରକ୍ରିୟାର ଶେଷ ତାରିଖ।

ଯଦି ଆପଣମାନେ ରେଲୱେରେ ଚାକିରି କରିବା ନିମନ୍ତେ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ମୋଟ ଖାଲି ପଦବୀ – ୩୨୩
  • ଆସିଷ୍ଟାଣ୍ଟ ଲୋକୋ ପାଇଲଟ – ୧୬୯
  • ଟ୍ରେନ୍ ମ୍ୟାନେଜର – ୪୬ 
  • ଟେକ୍ନିସିଆନ – ୭୮ 
  • ଜୁନିୟର ଇଂଜିନିୟର – ୩୦ 

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୨୪ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ
  • ସେମାନେ ମାଟ୍ରିକରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
  • ପ୍ରାର୍ଥୀମାନେ କୌଣସି ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ପାସ୍‌ କରିଥିବା ଆବଶ୍ୟକ
  • ଏଠାରେ ବିଭିନ୍ନ ପଦବୀ ପାଇଁ ଦଶମ, ଦ୍ୱାଦଶ, ଆଇଟିଆଇ, ଡିପ୍ଲୋମା, ଡିଗ୍ରୀ ଭଳି ଯୋଗ୍ୟତା ରହିଛି
  • ସେମାନେ ରେଲୱେ ପକ୍ଷରୁ ଜାରି ହୋଇଥିବା ଶାରୀରିକ ଯୋଗ୍ୟତାକୁ ପୂରଣ କରୁଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କର ପ୍ରଥମେ କମ୍ପ୍ୟୁଟର ବେସଡ୍ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ  ମନୋନୀତ ହୋଇଥିବା ପ୍ରାର୍ଥୀଙ୍କର ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ। ଏହାପରେ ପ୍ରାର୍ଥୀମାନଙ୍କ ଶାରୀରିକ ଯାଞ୍ଚ କରାଯିବ। ପରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ

  • ଉତ୍ତର ରେଳର ଆରଆରସି ୱେବସାଇଟ୍ rrcnr.com କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ‘ଲଗ ଇନ’ କରନ୍ତୁ
  • ‘ଲଗ ଇନ’ ପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ବିଭିନ୍ନ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ନିଯୁକ୍ତି ପାଇଁ କେବେ ପରୀକ୍ଷା ହେବ ଏବଂ କେବେ ମେରିଟ ଲିଷ୍ଟ ବାହାରିବ, ସେନେଇ ଭାରତୀୟ ରେଳବାଇର ଉତ୍ତର ଜୋନ ପକ୍ଷରୁ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପଦବୀର ଅଧିକ ସୂଚନା ଉତ୍ତର ରେଳ ଜୋନର ୱେବସାଇଟରେ ଉପଲବ୍ଧ।

Tags: #IndianRailways #Recruitment #NorthernRailway #Employment #India

Comment