ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ବୋରିଗୁମା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତି ଯାଇଛି ୪୦ ଜଣ ଯାତ୍ରୀଙ୍କ ଜୀବନ। ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ହାଇଦ୍ରାବାଦରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ଏକ ଘରୋଇ ବସ୍ କଳାହାଣ୍ଡି ଜିଲ୍ଲା ସିନାପାଲି ଅଭିମୁଖେ ଯାଉଥିଲା। ଗୁରୁବାର ଦିନ ବୋରିଗୁମ୍ମା ନିକଟରେ ବସର ଟାୟାରଟି ଫାଟିଯାଇଥିଲା। ଏହା ପରେ ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇ ଆସିଥିଲେ।

କିଛି କ୍ଷଣ ମଧ୍ୟରେ ଗାଡ଼ିରୁ ଧୂଆଁ ବାହାରିବା ପରେ ଗାଡ଼ିଟି ଜଳିବାକୁ ଲାଗିଲା। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଲିଭାଇବା ଭିତରେ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏହି ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଅନ୍ୟ ଏକ ବସରେ ସିନାପାଲି ଯାଇଛନ୍ତି।

Tags: #Boriguma #FireIncident #BusAccident #Koraput

Comment