ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ଓଡ଼ିଶାକୁ ମିଳିବ ୫ ଲକ୍ଷ ନୂଆ ସଂଯୋଗ। ଏଥିପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଉଜ୍ଜ୍ଵଳା ଯୋଜନାରେ ଅତିରିକ୍ତ ୭୫ ଲକ୍ଷ ନୂଆ ସଂଯୋଗ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିରୁ ଓଡ଼ିଶାର ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ନୂଆ ସଂଯୋଗ। ନୂଆ ସଂଯୋଗ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ।

ଉଜ୍ଜ୍ଵଳା ଯୋଜନାରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ହିତାଧିକାରୀଙ୍କୁ ୨୦୦ ଟଙ୍କାର ଅତିରିକ୍ତ ସବସିଡି ମିଳିବା ନେଇ ମଙ୍ଗଳବାର ଦିନ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ଏହି ସବସିଡି ଦିଆଯିବ। ଏହା ପୂର୍ବରୁ ୨୦୨୨ ମସିହା ମେ’ ମାସରେ ଉଜ୍ଜ୍ଵଳା ଯୋଜନାରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ଘୋଷଣା କରାଯାଇଥିଲା।

ଅତିରିକ୍ତ ଏଲପିଜି ସବସିଡି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କୁ ୭,୬୮୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ।

Tags: #LPGCylinder #CentralSubsidy #UjjwalaYojana #CentalCabinetDecision #Odisha

Comment