ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ରାଗଧା କଲେଜ ଛକ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ଯାତ୍ରୀବାହୀ ବସ ରାସ୍ତା ଉପରୁ ପ୍ରାୟ ୭୦ ଫୁଟ ତଳକୁ ଖସିପଡ଼ିବାରୁ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବୁଧବାର ଦିନ ଶ୍ରୀଜଗନ୍ନାଥ ନାମକ ଏକ ଘରୋଇ ବସ ରାସଗୋବିନ୍ଦପୁରରୁ ବାରିପଦା ଅଭିମୁଖେ ଯାଉଥିବାବେଳେ ରାଗଧା କଲେଜ ନିକଟରେ ଭାରସାମ୍ୟ ହରାଇ ପ୍ରାୟ ୭୦ ଫୁଟ ତଳକୁ ଖସି ଏକ ନାଳ ଭିତରକୁ ପଶିଯାଇଥିଲା। ଖବର ପାଇ ବେତନଟୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା।

ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି।

Tags: #Mayurbhanj #BusAccident #PassengerInjured #Treatment

Comment