ଓଡ଼ିଶାଲାଇଭ୍ ବ୍ୟୁରୋ

  • ନବଜାତ ଶିଶୁଙ୍କ ପାଇଁ ଆଧାର କାର୍ଡ
  • ଦେବାକୁ ପଡ଼ିବନି କୌଣସି ଶୁଳ୍କ
  • ଶିଶୁଙ୍କ ଆଧାର ପାଇଁ ବାୟୋମେଟ୍ରିକର ଆବଶ୍ୟକତା ନାହିଁ

ଆଧାର କାର୍ଡ ଏବେ ଆମର ପରିଚୟ ପାଲଟିଛି। ସମସ୍ତ ଆବଶ୍ୟକତା କ୍ଷେତ୍ରରେ ଆଧାର କାର୍ଡର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ବ୍ୟାଙ୍କ ଋଣ ଠାରୁ ଆରମ୍ଭ କରି ନୂଆ ଚାକିରି, ନୂଆ ନମ୍ବର, ପିଏଫ୍ ଭଳି ପ୍ରତିଟି କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତା ରହିଛି।

ହେଲେ ଗୋଟିଏ ପ୍ରଶ୍ନ ଯାହା ସମସ୍ତଙ୍କ ମନରେ ଆସିପାରେ, ୟୁଆଇଡିଏଆଇ ଦ୍ୱାରା ଜାରି କରାଯାଇଥିବା ଆଧାର ପରିଚୟ ନମ୍ବର ପାଇଁ ସର୍ବନିମ୍ନ ବୟସସୀମା କ’ଣ? ପିଲାମାନଙ୍କ ପାଇଁ ଆଧାର କାର୍ଡ଼ ତିଆରି କରାଯାଇପାରିବ କି? ଏହାର ଉତ୍ତର ହଁ। ବର୍ତ୍ତମାନ ପିଲାମାନଙ୍କ ପାଇଁ ଆଧାର ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି।ବିଦ୍ୟାଳୟରେ ଆଡମିସନ ହେଉ କିମ୍ବା କୌଣସି ସରକାରୀ ଯୋଜନା ଏବଂ ପାସପୋର୍ଟ ଭଳି ସୁବିଧା ପାଇବା ପାଇଁ ଆଧାର ରହିବା ଗୁରୁତ୍ୱପୂର୍ଣ୍ଣ।

ୟୁଆଇଡିଏଆଇ ଅନୁଯାୟୀ, ଆଧାର କାର୍ଡ ପାଇବା ପାଇଁ ସର୍ବନିମ୍ନ ବୟସସୀମା ନାହିଁ। ଏହାର ଅର୍ଥ ଆପଣ ଏକ ନବଜାତ ଶିଶୁ ପାଇଁ ମଧ୍ୟ ଆଧାର କାର୍ଡ ତିଆରି କରିପାରିବେ। ୫ବର୍ଷରୁ କମ୍ ପିଲାମାନଙ୍କ କ୍ଷେତ୍ରରେ ଆଧାର କାର୍ଡ ପାଇଁ କୌଣସି ଶୁଳ୍କ ଆଦାୟ କରାଯାଏ ନାହିଁ।

କେମିତି କରିବେ ଶିଶୁମାନଙ୍କର ଆଧାର କାର୍ଡ?

ବିଭିନ୍ନ ହସ୍ପିଟାଲରେ ନବଜନ୍ମିତ ଶିଶୁମାନଙ୍କ ଆଧାର ପାଇଁ ନାମ ପଞ୍ଜୀକୃତ ହେଉଛି। ଜନ୍ମ ପ୍ରମାଣପତ୍ର ସହିତ ଆଧାର ସ୍ୱୀକୃତି ସ୍ଲିପ୍ ପ୍ରଦାନ କରାଯାଉଛି। ନବଜାତ ଶିଶୁଙ୍କ ସମେତ ୫ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆଧାର କାର୍ଡ ପ୍ରସ୍ତୁତ କରାଯାଇପାରିବ।ଏହି ଆଧାର କାର୍ଡଗୁଡ଼ିକ ନୀଳ ରଙ୍ଗର ଏବଂ ଏହାକୁ ବାଲ୍ ଆଧାର କାର୍ଡ ମଧ୍ୟ କୁହାଯାଏ। ପିଲାଙ୍କ ଆଧାର ପାଇଁ କୌଣସି ବାୟୋମେଟ୍ରିକ ନିଆଯାଏ ନାହିଁ। କେବଳ ଶିଶୁର ଫଟୋ ନିଆଯାଇଥାଏ। ଏଥିସହ ପିତାମାତାଙ୍କ ଆଧାର କାର୍ଡ ମଧ୍ୟ ବାଧ୍ୟତାମୂଳକ।

Tags: #UIDAI #AadhaarCard #BaalAadhaarCard

Comment