ଓଡ଼ିଶାଲାଇଭ୍ ବ୍ୟୁରୋ

 ଅନ୍ତର୍ଜାତୀୟ କ୍ରୀଡ଼ା ସାମ୍ବାଦିକତା ଜଗତର ଜଣେ ପରିଚିତ ନାଁ ସନ୍ଦୀପ ମିଶ୍ର

ଅନ୍ତର୍ଜାତୀୟ କ୍ରୀଡ଼ା ସାମ୍ବାଦିକ ଭାବେ ପରିଚିତ ସନ୍ଦୀପ ମିଶ୍ର। ୯ଟି ହକି ବିଶ୍ୱକପ୍‌, ୨ଟି କ୍ରିକେଟ ବିଶ୍ୱକପ୍ ସହ ୪ଟି ଅଲିମ୍ପିକ୍ସ କ୍ରୀଡ଼ାରେ ସେ ସାମ୍ବାଦିକତା କରିଛନ୍ତି। କ୍ରୀଡ଼ା କ୍ଷେତ୍ର ସହ କ୍ରୀଡ଼ାବିତଙ୍କ ଜୀବନକୁ ନେଇ ସେ ଲେଖିଛନ୍ତି ଅନେକ ପୁସ୍ତକ।

ଅନ୍ତର୍ଜାତୀୟ ହକି ବାବଦରେ ଲେଖାଲେଖି କରିବାରେ ସନ୍ଦୀପ ମିଶ୍ରଙ୍କର ରହିଛି ବିଶେଷ ରୁଚି। ସମୟ ମିଳିଲେ ଓଡ଼ିଆ ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ଉପରେ ଏକ ସିନେମା କରିବାକୁ ଇଚ୍ଛା ରଖିଛନ୍ତି ସନ୍ଦୀପ। ସେହିପରି ସ୍ପୋର୍ଟ କ୍ରାଇମ୍ ଫିକ୍ସନ ଲେଖିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଓଡ଼ିଶାଲାଇଭ୍‌ର ସାପ୍ତାହିକ କ୍ରୀଡ଼ା ସିରିଜ୍ ‘ସ୍ପୋର୍ଟସ୍ ଟକ୍ ୱିଥ୍ ସମ୍ବିତ’ କାର୍ଯ୍ୟକ୍ରମରେ ଦେଖନ୍ତୁ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସନ୍ଦୀପ ମିଶ୍ରଙ୍କ ୩୦ ବର୍ଷର ସଫଳ କ୍ରୀଡ଼ା ଯାତ୍ରାର କାହାଣୀ।

Tags: #SportsTalkWithSambit #SundeepMisra #Sports #SportsJournalist

Comment