ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଏଏସଆଇ ଅବଦୁଲ ମତଲବୀ ଖାନ।

ଜଣେ ବ୍ୟକ୍ତିଙ୍କଠାରୁ ପୋଲିସ ବାବୁ ଗୋଟିଏ ବିଡ଼ା ଟଙ୍କା ନେଉଥିବା ଭିଡିଓ ବୁଧବାର ସନ୍ଧ୍ୟାରେ ଭାଇରାଲ ହୋଇଥିଲା। ଗୁରୁବାର ଦିନ ଏଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂଭଞ୍ଜ ଏସପି ବି ଗଙ୍ଗାଧର। ଏହି ଘଟଣାର ତଦନ୍ତ କରିବାକୁ ଏସପି ନିର୍ଦେଶ ଦେଇଛନ୍ତି।

ଏକ ମାମଲା ରଫାଦଫା କରିବା ପାଇଁ ଏଏସଆଇ ଅବଦୁଲ ମତଲବୀ ଖାନ ଏହି ଟଙ୍କା ନେଉଥିବା କୁହାଯାଉଛି। ଲାଞ୍ଚ ନେବା କଥାକୁ ଅବଦୁଲ ମତଲବୀ ଅସ୍ଵୀକାର କରୁଥିବାବେଳେ ତଦନ୍ତ ପରେ ଏହି ଘଟଣାର ପ୍ରକୃତ ସତ ପଦାକୁ ଆସିବ ବୋଲି ଏସପି କହିଛନ୍ତି।

Tags: #Mayurbhanj #BisoiPoliceasi #asisuspended #mayurbhanjasp

Comment