ଓଡ଼ିଶାଲାଇଭ୍ ବ୍ୟୁରୋ

୨ ହଜାର ଟଙ୍କିଆ ନୋଟର ବଦଳ ଅବଧିକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଆରବିଆଇ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ପକ୍ଷରୁ ଚଳିତବର୍ଷ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା। ଏନେଇ ସେପ୍ଟେମ୍ବର ୩୦ ସୁଦ୍ଧା ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା।

ବର୍ତ୍ତମାନ ନୋଟ ବଦଳର ସମୟସୀମାକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଆରବିଆଇ। ଶନିବାର ଶେଷ ହେଉଥିଲା ଏହି ନୋଟର ବଦଳି ଅବଧି। କିନ୍ତୁ ଏବେ ବି ବହୁ ୨ ହଜାର ଟଙ୍କିଆ ନୋଟ ବଜାରରେ ଉପଲବ୍ଧ ରହିଛି। ତେଣୁ ଅନେକ ସମୀକ୍ଷା କରିବା ପରେ ଏହି ଅବଧିକୁ ବୃଦ୍ଧି କରାଯାଇଛି।

ଆଇବିଆଇର ଏଭଳି ନିଷ୍ପତ୍ତି ପରେ ଅନେକ ମାତ୍ରାରେ ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଜମା କରିଥିଲେ ଲୋକେ। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୩୧ ସୁଦ୍ଧା ୯୩ ପ୍ରତିଶତ ଫେରସ୍ତ ହୋଇସାରିଥିଲା। ହେଲେ ଏବେ ବି କିଛି ଟଙ୍କା ବଜାରରେ ଥିବା କୁହାଯାଉଛି। ତେଣୁ ଅବଧି ବୃଦ୍ଧି କରାଯାଇଛି।

Tags: #rbi #2000note #notebandi #shasikantadas

Comment